ଭାରତ ଓ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ : ମନ୍ଧାନାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୬ ୱିକେଟରେ ବିଜୟୀ
୨-୧ରେ ସରିଜ ହାତେଇଲା
ଆଣ୍ଟିଗୁଆ : ଭାରତ ଓ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ ମ୍ୟାଚର ତୃତୀୟ ତଥା ନିର୍ଣ୍ଣାୟକ ଏକଦିବସୀୟ ମ୍ୟାଚରେ ଗୁରୁବାର ଭାରତୀୟ ମହିଳା ଦଳ ଘରୋଇ ୱେଷ୍ଟଇଣ୍ଡିଜ ମହିଳା ଦଳକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୨-୧ରେ ଏକଦିବସୀୟ ସିରିଜକୁ ମଧ୍ୟ କବଜା କରିଛି। ଭାରତୀୟ ମହିଳା ଦଳର ଓପନିଂ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଏହି ସିରିଜକୁ ନିଜ ନାମରେ କରିବାରେ ସକ୍ଷମ ହୋଇଛି। ଏହି ମ୍ୟାଚରେ ସେ ୬୩ ବଲରେ ୭୪ ରନ୍ କରିଛନ୍ତି। ଯେଉଁଥିରେ ତାଙ୍କର ୯ଟି ଚୌକା ଓ ୩ଟି ବିଶାଳ ଛକା ସାମିଲ ରହିଛି। ମନ୍ଧାନାଙ୍କ ବ୍ୟତୀତ ଅନ୍ୟତମ ଓପନର ଜେମିମା ରୋଡ୍ରଗ୍ସି ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।
ତୃତୀୟ ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ ମହିଳା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୯୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ୧୯୫ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ମନ୍ଧାନାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୬ ୱିକେଟରେ ବିଜୟ ଲାଭ କରିଛି।
Congratulations to #TeamIndia for sealing a 2-1 ODI series win in West Indies ??? & welcome back @mandhana_smriti ? knock pic.twitter.com/ou8b8pvYHY
— BCCI Women (@BCCIWomen) November 7, 2019
Comments are closed.