nua o banner

ରାଜସ୍ଥାନ ରୟାଲ୍ସ ଅଧିନାୟକ ପଦରୁ ହଟିଲେ ସ୍ମିଥ, ରାହାଣେ ସମ୍ଭାଳିବେ ଭାର

BSKY banner  750×100
0

ନୂଆଦିଲ୍ଲୀ : ବଲ ଟ୍ୟାମ୍ପରିଂ ମାମଲାରେ ଛନ୍ଦି ହୋଇ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ପଦ ହରାଇବା ପରେ ଷ୍ଟିଭେନ ସ୍ମିଥଙ୍କୁ ଆଉ ଏକ ଝଟକା ଲାଗିଛି । ଇଣ୍ଡିଆନ ପ୍ରମିୟର ଲିଗର ପ୍ରାଞ୍ଚାଇଜ ଦଳ ରାଜସ୍ଥାନ ରୟାଲ୍ସ ଅଧିନାୟକ ପଦରୁ ଷ୍ଟିଭେନ ସ୍ମିଥ ଓହରି ଯାଇଛନ୍ତି । ସ୍ମିଥଙ୍କ ସ୍ଥାନରେ ଅଜଙ୍କ୍ୟା ରାହାଣେଙ୍କୁ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ କରାଯାଇଛି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ବିବୃତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏହି ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ଷ୍ଟିଭେନ ସ୍ମିଥ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦ ଛାଡ଼ିବା ତାଙ୍କ ପାଇଁ ଠିକ୍‌ ହେବ । ସ୍ମିଥ ବିସିସିଆଇର ଅଧିକାରୀ ଏବଂ ଭାରତରେ ଥିବା ତାଙ୍କ ପ୍ରଶଂସକଙ୍କ ପାଖରୁ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ରାଜସ୍ଥାନ ରୟାଲ୍ସ ଚଳିତ ସଂସ୍କରଣରେ ସ୍ମିଥଙ୍କୁ ଅଧିନାୟକ ଭାର ଦେଇଥିଲା । ଆଇପିଏଲ୍‌ର ଗତ ସଂସ୍କରଣରେ ସ୍ମିଥ ରାଇଜିଂ ପୁଣେ ସୁପରଜ୍ୟାଣ୍ଟସ୍‌ ଦଳର ଅଧିନାୟକ ଥିଲେ ଓ ତାଙ୍କ ଦଳ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲା । ପ୍ରକାଶ ଯେ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳି ବଲ୍‌ ଟ୍ୟାମ୍ପରିଂ କରିଥିବା ଦଳର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ସ୍ୱୀକାର କରିଥିଲେ । ଏହାପରେ ଆଇସିସି ତାଙ୍କୁ ଗୋଟିଏ ଟେଷ୍ଟ ମ୍ୟାଚରୁ ବାସନ୍ଦ କରିବା ସହ ତାଙ୍କର ପୂରା ମ୍ୟାଚ ଫି’ କାଟିଦେଇଛି । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସ୍ମିଥଙ୍କୁ ଅଧିନାୟକ ଓ ଡେଭିଡ ୱାର୍ଣ୍ଣରଙ୍କୁ ଉପଅଧିନାୟକ ପଦରୁ ହଟାଇ ଦେଇଛି।

Leave A Reply