www.samajalive.in
Monday, December 8, 2025
14.1 C
Bhubaneswar

ହସିଲେ ଆୟୁଷ ବୃଦ୍ଧି ପାଏ

ହସହସ ମୁହଁରେ ଯେ କୌଣସି କାମ ଆରମ୍ଭ କଲେ, ଶୁଭଫଳ ମିଳିଥାଏ ବୋଲି ବିଜ୍ଞ ବ୍ୟକ୍ତିଙ୍କ ମତ। ନିକଟରେ ୱାଶିଂଟନ୍ ବିଶ୍ବବିଦ୍ୟାଳୟର ଗବେଷକଗଣ ବିଶ୍ବର ପ୍ରମୁଖ ରାଷ୍ଟ୍ରର ସଂଖ୍ୟାଧିକ ଲୋକଙ୍କୁ ସାମିଲ କରି ଏକ ଗବେଷଣା କରିଥିଲେ। ଏଥିରେ ଛୋଟ ପିଲା ମଧ୍ୟ ସାମିଲ ହୋଇଥିବାର ପ୍ରକାଶ। ସବୁଠୁ ଅଧିକ ଥର ଛୋଟ ପିଲା ଓ ବୟସ୍କ ପିଢ଼ି ହସୁଥିବାବେଳେ ଯୁବପିଢ଼ି କାମର ଚାପରେ ହସିବା ଭୁଲିଯାଇଛନ୍ତି କହିଲେ ଚଳେ।

ବୟସ ବଢ଼ିଲେ ନାନାଦି ଶାରୀରିକ ସମସ୍ୟା ଉପୁଜିଥାଏ ବୋଲି କେତେକଙ୍କ ମତ। ବିଶେଷଜ୍ଞମାନଙ୍କ ମତ, ଆମେ ଯଦି ଶାରୀରିକ ଭାବେ ସକ୍ରିୟ ରହିବା, ତେବେ ବୟସର ଚାପ କୌଣସି ପ୍ରଭାବ ପକାଇ ପାରିବ ନାହିଁ।
• ଗତ କିଛି ବର୍ଷ ମଧ୍ୟର ଅନୁଧ୍ୟାନରୁ ଜଣାପଡ଼ିଛି, ଭାରତରେ ବୟସ୍କ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଖାଦ୍ୟପାନୀୟ ସହ ଜୀବନଶୈଳୀ ଉପରେ ଗୁରୁତ୍ବ ଦେଉଥିବା କାରଣରୁ ବୟସ୍କ ଲୋକେ ଏବେ ରୋଗାକ୍ରାନ୍ତ ହେଉନାହାନ୍ତି।
• ଅନେକ ସମୟରେ ପାରିବାରିକ ଅଶାନ୍ତି କାରଣରୁ ଆମେ ଖୁସି ରହିପାରୁନା। ଏପରି ସ୍ଥିତିରେ କ୍ଷତି କେବଳ ଆପଣଙ୍କ ନିଜର ହିଁ ହୋଇଥାଏ। ଅନ୍ୟମାନେ ଜୀବନର ଭରପୂର ମଜା ନେଉଥିବାବେଳେ ଆମେ କେବଳ ଅନୁଶୋଚନାରେ ସମୟ କାଟିଥାଉ।
• ଆମେରିକାର ନାମୀ ମାନସିକ ରୋଗଚିକିତ୍ସକ ଡାକ୍ତର ୱିଲିୟମ୍ ଫ୍ରାଏଙ୍କ ହସ ଏକ ଉତ୍ତମ ଚିକିତ୍ସା। ମନଖୋଲା ହସ ହସିଲେ ଉଭୟ ମାନସିକ ଓ ଶାରୀରିକ ଭାବେ ଆମକୁ ଶକ୍ତି ମିଳିଥାଏ। ତାଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କୁ ସେ ପରାମର୍ଶ ଦିଅନ୍ତି ଦିନକୁ ଅନ୍ତତଃ ୨ଥର ୨୦ମିନିଟ୍ ଲେଖାଏଁ ହସିବା ନିମନ୍ତେ। କୌଣସି ଲାଫିଙ୍ଗ୍‌ କ୍ଲବ୍‌ରେ ଯୋଗ ଦିଅନ୍ତୁ ନଚେତ୍ ହାସ୍ୟରସାତ୍ମକ କାର୍ୟ୍ୟକ୍ରମ ଦେଖି ନିଜର ମନୋରଞ୍ଜନ କରିବା ଉଚିତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories