www.samajalive.in
Sunday, December 14, 2025
19.1 C
Bhubaneswar

ସ୍ମାର୍ଟଫୋନ୍‌‌ରୁ ପିଲାଙ୍କୁ ଦୂରେଇ ରଖନ୍ତୁ

ଏକବିଂଶ ଶତାବ୍ଦୀର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ଏକଥା ପୁରୁଖା ଲୋକମାନେ କହୁଛନ୍ତି। ଆଜିର ପିଲାଠାରୁ ବୟସ୍କ ସମସ୍ତେ ସ୍ମାର୍ଟଫୋନ୍‌‌କୁ ଚାହିଁ ଘଣ୍ଟାଘଣ୍ଟା ସମୟ ଅତିବାହିତ କରୁଛନ୍ତି। ସମୟ କାଟିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଅଧିକାଂଶ ଯୁକ୍ତି ବାଢ଼ୁଥିବାର ଦେଖାଯାଉଛି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ମା’ମାନେ ଘର କାମ କରି ବ୍ୟତିବ୍ୟସ୍ତ ହୋଇପଡ଼ୁଥିବାବେଳେ ପିଲାଙ୍କୁ ଅଳିଅଝଟରୁ ବର୍ତ୍ତିବା ପାଇଁ ହାତରେ ସ୍ମାର୍ଟଫୋନ୍ ଧରାଇ ଦେଉଛନ୍ତି। ଆଜିକାଲିର ପିଲାଙ୍କର ମୋବାଇଲ୍‌ରେ କାର୍ଟୁନ୍ ଦେଖିବା ଏକପ୍ରକାର ନିଶା ହୋଇଗଲାଣି।

– ଆମେରିକାର ବିଶେଷଜ୍ଞ ଦଳ ମତ ଦେଇଛନ୍ତି, ପ୍ରତି ସହରରେ ପ୍ରତି ୧୦ଜଣରେ ୭ଜଣ ପିଲା ମୋବାଇଲ୍ ୪-୫ ଘଣ୍ଟା ଦେଖୁଛନ୍ତି। କରୋନା ମହାମାରୀ ପରଠାରୁ ପିଲାଙ୍କ ସ୍ମାର୍ଟଫୋନ୍ ଦେଖିବା ସମୟ ବରଂ ବଢ଼ିଯାଇଛି। ଭବିଷ୍ୟତରେ ଏହା କାରଣରୁ ସେମାନେ ବିପଦମୁଖକୁ ଠେଲି ହେବା ନିଶ୍ଚିତ।

- Advertisement -

– ସ୍ମାର୍ଟଫୋନ୍ ଏକ ଯନ୍ତ୍ର, ବିଭିନ୍ନ ପ୍ରକାରର ଛୋଟଛୋଟ ଯନ୍ତ୍ରପାତି ଖଞ୍ଜା ହୋଇ ଏହା ତିଆରି ହୋଇଛି। ଏସବୁ ଯନ୍ତ୍ର ଅନେକ ସମୟରେ ଗରମ ହୋଇଯାଏ, ଯାହାର ପ୍ରଭାବ ପିଲାର କୋମଳ ତ୍ବଚା ଓ ଆଖି ଉପରେ ପ୍ରଥମେ ପଡ଼େ।

– ୫-୧୨ ବର୍ଷ ବୟସର ପିଲାଙ୍କ ଉପରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି, ଦୈନିକ ସ୍ମାର୍ଟଫୋନ୍ ଦେଖିବା କାରଣରୁ ସେମାନଙ୍କ ସ୍ମୃତିଶକ୍ତି ପ୍ରଭାବିତ ହେବା ସହ ଚିଡ଼ଚିଡ଼ା ସ୍ବଭାବର ମଧ୍ୟ ହେଉଛନ୍ତି। କିଛି ବର୍ଷ ତଳେ ସ୍ମାର୍ଟଫୋନ୍ ଅଧିକ ସମୟ ଦେଖୁଥିବା ଯୁବବର୍ଗ ଅନିଦ୍ରାର ଶିକାର ହେଉଥିବାର ସଂଖ୍ୟାଧିକ ତଥ୍ୟ ସମ୍ମୁଖକୁ ଆସିଥିଲା। ବର୍ତ୍ତମାନ ସମୟରେ ଛୋଟ ପିଲା ମଧ୍ୟ ଅନିଦ୍ରାର ସମ୍ମୁଖୀନ ହେଉଛନ୍ତି।

– ୨୦୧୯ ଡିସେମ୍ବର​‌ରେ ହୋଇଥିବା ଅନୁଧ୍ୟାନ ଅନୁସାରେ, ଅଧିକ ସମୟ ସ୍ମାର୍ଟଫୋନ୍ ଦେଖୁଥିବା ପିଲାଙ୍କର ସମୟକ୍ରମେ ମୁଣ୍ଡବିନ୍ଧା, ବେକବିନ୍ଧା ଇତ୍ୟାଦି ସମସ୍ୟା ଉପୁଜୁଛି। ଅଭିଭାବକ ବର୍ତ୍ତମାନ ଠାରୁ ସଚେତନ ହେବା ନିତାନ୍ତ ଆବଶ୍ୟକ, ନଚେତ୍ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories