www.samajalive.in
Monday, December 15, 2025
24.1 C
Bhubaneswar

ଗଞ୍ଜେଇ ସମେତ କାର ଜବତ : ୨ ଗିରଫ

ସମ୍ବଲପୁର: ଅବକାରୀ ବିଭାଗର ଗୁଇନ୍ଦା ଦଳ ପକ୍ଷରୁ ନିୟମିତ ଯାଞ୍ଚ ଅଭିଯାନ ସମୟରେ ଶନିବାର ଗୋଟିଏ କାର ସମେତ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ଗୁଇନ୍ଦା ବିଭାଗର ସୂଚନାନୁଯାୟୀ, ସକାଳ ପ୍ରାୟ ୭ଟା ସମୟରେ ଯାଞ୍ଚ ସମୟରେ ଅଇଁଠାପାଲି ଛକ ଠାରେ ଏକ ସନ୍ଦିଗ୍ଧ ଦାମିକୀଆ ଟୟୋଟା ଇଟିଓସ କାରକୁ ଅବକାରୀ ଦଳ ଅଟକାଇଥିଲେ। ଉକ୍ତ ଗାଡିକୁ ଯାଞ୍ଚ ସମୟରେ ଗୁପ୍ତ ଚାମ୍ବରରେ ଲୁକ୍କାୟିତ ଭାବରେ ରଖାଯାଇ ଥିବା ୨ଟି ଜରି ବସ୍ତା ମଧ୍ୟରୁ ସମୁଦାୟ ୫୦ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା।

କାର ଯୋଗେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଝାରଖଣ୍ଡ ରାଜ୍ୟର ରାମଗଡ ଜିଲା ନିବାସୀ ହେମନ୍ତ କୁମାର ଚୌଧୁରୀ (୩୮) ଓ ଓଡିଶାର ବୌଦ୍ଧ ଜିଲା ନିବାସୀ ସୁଶାନ୍ତ ମଲ୍ଲିକ (୩୧) ଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଅବକାରୀ ପୁଲିସ ନଗଦ ୮ ହଜାର ଟଙ୍କା, କାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଗଞ୍ଜେଇ ଗୁଡିକୁ ଅବୈଧ୍ୟ ଭାବରେ ଚାଲାଣକାରୀମାନେ ବଲାଙ୍ଗୀର ଜିଲାରୁ ଝାରଖଣ୍ଡ ରାଜ୍ୟକୁ ଚାଲାଣ କରୁଥିଲେ। ଜବତ ହୋଇଥିବା ଗଞ୍ଜେଇ, ଗାଡି ଓ ଅନ୍ୟାନ୍ୟ ସମାଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ।

- Advertisement -

ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଡିଏସପି ବିପ୍ର ଚରଣ ମଣ୍ଡଳ କହିଛନ୍ତି। ନିୟମିତ ଚାଲୁଥିବା ଏଭଳି ଚଢ଼ଉ ଓ ଯାଞ୍ଚ ଅଭିଯାନ ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories