ମଣିପୁରରେ ପୁଣି ହିଂସା ଜଣେ ପୁଲିସ କମାଣ୍ଡୋଙ୍କ ସହ ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ – ମଣିପୁରରେ ସଂରକ୍ଷଣକୁ ନେଇ ହିଂସା ଲାଗି ରହିଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲାଣି । ଶୁକ୍ରବାର ଦିନ ହିଂସା ପୁଣି ଭୟାନକ ରୂପ ନେଇଥିଲା । ଏଥିରେ ଜଣେ ପୁଲିସ କମାଣ୍ଡାଣ୍ଟଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି ।

prayash

ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଥିବା ବେଳେ ଦେଖିବାମାତ୍ରେ ଉପଦ୍ରବକ୍ରୀଙ୍କୁ ଗୁଳି ମାରିବା ପାଇଁ ନିର୍ଦେଶ ଦିଆଯାଇଛି ।
ହିଂସାକାରୀମାନେ ପରସମ୍ପର ଗୋଷ୍ଠୀର ଯୁବକମାନଙ୍କୁ ନିର୍ଯ୍ୟାତନା ଦେଉଥିବା ବେଳେ ଗୁଳି ମାରି ହତ୍ୟା କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଶୁକ୍ରବାରରେ ମୋଇରଙ୍ଗ ତୁରେଲରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ଏନାକାଉଣ୍ଟର ସମୟରେ ଜଣେ ପୁଲିସକର୍ମୀଙ୍କର ମୃତ୍ୟୁ ହୋଇଛି ।

ଏବେ ବିଭିନ୍ନ ସ୍ଥାନରେ ସୁରକ୍ଷାବଳଙ୍କୁ ସ୍ଥାନୀୟଲୋକମାନେ ରୋକିବା ପାଇଁ ଉଦ୍ୟମ କରୁଛନ୍ତି । ବିକଳ୍ପ ମାର୍ଗରେ ସେନା ଏବଂ ପୁଲିସ କର୍ମୀ ଉପଦ୍ରବକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।

Comments are closed.