www.samajalive.in
Sunday, December 7, 2025
26.1 C
Bhubaneswar

କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ:ମନ୍ତ୍ରୀ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଘଡ଼େଇ କହିଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ଓଡ଼ିଶା ସମଗ୍ର ପୃଥିବୀରେ ସ୍ପୋର୍ଟସ୍‌ ହବ୍‌ ଭାବେ ସୁପରିଚିତ। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ । ଓଡ଼ିଶା ମାଟିର ଖଣିଜ ସମ୍ପଦକୁ ନେଇ ରାଜ୍ୟର ଅର୍ଥନୈତିକ ଓ କର୍ମନିଯୁକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓ ବିକାଶଧାରାକୁ ଆଗେଇ ନେବା ପାଇଁ ରାଜ୍ୟର ସମସ୍ତ ପଲିଟେକ୍‌ନିକ୍‌ (ଆଇଟିଆଇ) ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଘଡ଼େଇ ଆହ୍ୱାନ ଦେଇଥିଲେ । ଏଥିରେ ବିଭଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଲେ ଦେଶରେ କ୍ରୀଡ଼ା ନାମ ଉଠିଲେ କେବେ ପଞ୍ଜାବ, ହରିଆନା ରାଜ୍ୟର ନାମ ରହୁଥିଲା କିନ୍ତୁ ବର୍ତ୍ତମାନ କ୍ରୀଡ଼ା କଥା ପଡ଼ିଲେ ଓଡ଼ିଶାର ନାମ ଆସୁଛି । ଛାତ୍ରଛାତ୍ରୀମାନଙ୍କର ସ୍ପୋର୍ଟସ୍‌ରେ ଉତ୍ସାହ ରହିଲେ ସେମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ଆଗ୍ରହ ସୃଷ୍ଟି ହୋଇଥାଏ। କୌଣସି କୁଶଳୀ କାରିଗର ହେବାକୁ ହେଲେ ପ୍ରଥମେ ସୁନ୍ଦର ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ସଚିବ ଉଷା ପାଢ଼ୀ ମତବ୍ୟକ୍ତ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଜି.ରଘୁଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ମଣ୍ଡଳସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଡିପ୍ଲୋମା ଇଂଜିନିୟରିଂ ଏବଂ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଚାରିଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ୨୭ ଫେବୃଆରୀରୁ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories