www.samajalive.in
Monday, December 15, 2025
16.1 C
Bhubaneswar

ମଣ୍ଡଳ କାରାଗାରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

ଚୌଦ୍ୱାର : ଚୌଦ୍ୱାର ମଣ୍ଡଳ କାରାଗାରରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଦୀର୍ଘ ୩ମାସ ଧରି ଚାଲିଥିବା କେଶ ଯତ୍ନ ଓ ପ୍ରଶାଧନ, ଚର୍ମ ଓ କେଶ ଯତ୍ନ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଶିବିରର ପ୍ରଥମ ବ୍ୟାଚ ତାଲିମ୍ ଶେଷ ହୋଇଛି ।ଏହି ଉପଲକ୍ଷେ କାରାଗାର ପରିସରରେ ଆୟୋଜିତ ଦକ୍ଷତା ପ୍ରମାଣପତ୍ର ପ୍ରଦାନ ଉତ୍ସବରେ ଜେଲ ଡିଜି ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାରା ଅନ୍ତେବାସୀ ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ଭାରତର ଓଡ଼ିଶାରେ ପ୍ରଥମ କରି ଜେଲ ଅନ୍ତେବାସୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ପ୍ରଦାନ କରିଥିଲେ। କାରାଗାରରୁୁ ବାହାରିବା ପରେ ଅନ୍ତେବାସୀ ମାନେ ବେକାର ନରହି ଆତ୍ମ ନିର୍ଭରଶୀଳ ଓ ରୋଜଗାରକ୍ଷମ ହେବା ଉଦ୍ଦେଶ୍ୟରେ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଥିବା ଓଡ଼ିଶା ସରକାରଙ୍କ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ସୂଚନା ଦେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଅନୁଷ୍ଠାନ ‘ଇଣ୍ଡଲଜ୍’ର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାରାଗାରର ଅନ୍ତେବାସୀ ମାନେ ଆଗ୍ରହର ସହିତ ତାଲିମ୍ ଗ୍ରହଣ କରୁଥିବାରୁ ଆନନ୍ଦ ପ୍ରକାଶ କରି ଶିବିରାର୍ଥୀ ମାନଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ଓଡ଼ିଶାର ବିଭିିନ୍ନ ଜିଲାରେଥିବା କାରାଗାର ଗୁଡ଼ିକରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ପ୍ରଶିକ୍ଷଣ ଗ୍ରହଣ କରିଥିବା ୨୦ଜଣ ମହିଳା ଓ ୩୦ ଜଣ ପୁରୁଷ ଅନ୍ତେବାସୀଙ୍କୁ ପ୍ରମାଣପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ଜେଲ ଅଧିକ୍ଷକ ପ୍ରଦୀପ୍ତ କୁମାର ବେହେରା, ଜେଲର ବିଭେନ୍ଦୁ ଭୁୟାଁ ଓ ଅଧିକାରୀ ଶିବିର ପରିଚାଳନା କରିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories