nua o banner

ଯେକୌଣସି ଅପରିକଳ୍ପତି ସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ: ସୀତାରମଣ

BSKY banner  750×100
0

ନୂଆଦିଲ୍ଲୀ : ସୀମାନ୍ତ ଡୋକଲାମରେ ଯଦି କୌଣସି ଅସ୍ୱାଭାବିକ ବା ଅପରିକଳ୍ପିତ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହାକୁ ଭାରତ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ରବିବାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଡୋକଲାମ ଭାରତ ଓ ଚୀନ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଯଦି ଏଠାରେ ଚୀନ କୌଣସି ପ୍ରକାର ଅପରିକଳ୍ପତି ପରିସ୍ଥିତି ସୃଷ୍ଟି କରେ ତେବେ ଭାରତ ଏହାକୁ ମୁକାବିଲା ଲାଗି ପ୍ରସ୍ତୁତ। ମନ୍ତ୍ରୀ କହିଛନ୍ତି ଯେ ସେନାକୁ ଆଧୁନିକୀକରଣ କରିବା ଲାଗି ନିୟମିତ ଉଦ୍ୟମ ଚାଲିଛି। ଏହା ପୂର୍ବରୁ ଚୀନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌତମ ବାମ୍ବାୱାଲେ କହିଥିଲେ ଯେ ଡୋକଲାମର ବିବାଦୀୟ ପରିସ୍ଥିତି ପାଇଁ ଚୀନ ଦାୟୀ। କାରଣ ଚୀନ ଏହାର ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଡୋକଲାମରେ ଭାରତ-ଚୀନ ସୈନ୍ୟ ୭୮ଦିନ ମୁହାଁମୁହିଁ ଅବସ୍ଥାରେ ରହିଥିଲେ। ପରେ ଏହାର ଆପୋଷ ସମାଧାନ କରାଯାଇଥିଲା।

Leave A Reply