ସୀତାଙ୍କୁ ’ଟେଷ୍ଟ ଟ୍ୟୁବ୍‍ ବେବି’ ସହିତ ତୁଳନା କଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ସୀତାଙ୍କୁ ଟେଷ୍ଟ ଟ୍ୟୁବ୍‍ ବେବି ଭାବେ ଅଭିହିତ କରି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା। ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶର୍ମା କହିଛନ୍ତି ଯେ ‘ସୀତାଜୀ କା ଜନମ୍‍ ହୁଆ ତୋ ଘଡେ ସେ ହୁଆ… ଉସ୍‍ ସମୟ ଟେଷ୍ଟ ଟ୍ୟୁବ୍‍ ବେବି କା କୋଇ ନା କୋଇ ପ୍ରୋଜେକ୍ଟ ରହା ହୋଗା ଯୋ ହଲ୍‍ ଚଲାୟା ଜନକ୍‍ ଜୀ ନେ ଔର ଘଡେ ସେ ବେବି ନିକ୍‍ଲି ୱ ସିତା ଜି ବନ୍‍ ଗେୟୀ….ୟେ ଯୋ ଆଜ୍‍ କା ଯୋ ଟେକ୍‍ନୋଲଜି ହେ ଟେଷ୍ଟ ଟ୍ୟୁବ୍‍ ବେବି…. ୱ ରହା ହୋଗା…’।
ଉତ୍ତର ପ୍ରଦେଶର ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି ଯେ ଶ୍ରୀ ଶର୍ମାଙ୍କ ମନ୍ତବ୍ୟରେ କୌଣସି ବିବାଦ ସୃଷ୍ଟି ହେବା ଉଚିତ ନୁହେଁ। ପୁରାଣ ଯୁଗରେ ଉନ୍ନତ ବୈଜ୍ଞାନିକ ଜ୍ଞାନକୌଶଳ ସମ୍ପର୍କରେ ଶ୍ରୀ ଶର୍ମା ବୁଝାଇବାକୁ ଚେଷ୍ଟା କରିଥିଲେ। ଏହାକୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି କଦର୍ଥ କରିଛନ୍ତି।
ବିଜେପି ନେତାଙ୍କ ଏହି ଉଦ୍ଭଟ ଓ ବିବାଦୀୟ ମନ୍ତବ୍ୟ ନୂଆ ନୁହେଁ। ଏହା ପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସରକାରୀ ଚାକିରି ପାଇଁ ରାଜନେତାଙ୍କ ପଛରେ ନ ଗୋଡ଼ାଇ ପାନ ଦୋକାନ କିମ୍ବା ଗୋପାଳନ କରିବାକୁ ଉପଦେଶ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେହିପରି କେବଳ ସିଭିଲ୍‍ ଇଞ୍ଜିନିୟରମାନେ କେବଳ ସିଭିଲ୍‍ ସର୍ଭିସ ପାଇଁ ଯୋଗ୍ୟ ବୋଲି କହି ବିବାଦକୁ ଆସିଥିଲେ। ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଟିଏମ୍‍ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସୂର୍ପଣ୍ଣଖା ଓ ବିଜେପିକୁ ଲକ୍ଷ୍ମଣ ଭାବରେ ତୁଳନା କରି ବିବାଦକୁ ଆସିଥିଲେ।

Leave A Reply