ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପିପିଲି : ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିସହ ପତ୍ରବାଚନ, ପ୍ରଶ୍ନମଞ୍ଚ, ନିବନ୍ଧ ପ୍ରତିଯୋଗିତା ଓ ମୃଣ୍ମୟ କଳାର ପ୍ରଦର୍ଶନ କରାଯାଇଥିଲା । ଏହାକୁ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ସ୍ମିତପ୍ରଜ୍ଞା ମିଶ୍ର ଉଦ୍‌‌ଘାଟନ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ୭୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର, ପ୍ରଦୀପ୍ତ କୁମାର ବେହେରା, ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ଧୃବଚରଣ ନନ୍ଦ, ଓରକଳ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିକାଶ କୁମାର ଅଗ୍ରୱାଲା, ଶିକ୍ଷୟିତ୍ରୀ ନମିତା ଟୁଡୁ, ଅବସରପ୍ରାପ୍ତ ଶିକ୍ଷକ ସତ୍ୟାନନ୍ଦ ଦାଶ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଏହି ଅବସରରେ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଦେଷ୍ଠା ବଳଭଦ୍ର ଦାସ, ସଂପାଦକ ରଜନୀକାନ୍ତ ପଣ୍ଡା, ବ୍ୟବସ୍ଥା ପ୍ରମୁଖ ବିଜୟ କୁମାର ମହାନ୍ତି, ମନୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବିଜ୍ଞାନ ମେଳା ସଂପର୍କରେ ବକ୍ତବ୍ୟ ରଖିବା ସହ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ବିଷ୍ଣୁଚରଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଚାର୍ଯ୍ୟା ମଧୁସ୍ମିତା ଷଡଙ୍ଗୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.