www.samajalive.in
Sunday, December 7, 2025
26.1 C
Bhubaneswar

ସିଙ୍ଗାପୁର ବଜାରରେ ଏଭରେଷ୍ଟ ମସଲା ବିକ୍ରି ନିଷିଦ୍ଧ

ନୂଆଦିଲ୍ଲୀ : ସିଙ୍ଗାପୁର ବଜାରରେ ଭାରତରୁ ଆମଦାନୀ ହେଉଥିବା ପ୍ରସିଦ୍ଧ ମସଲା ଉତ୍ପାଦର ବିକ୍ରି ନିଷିଦ୍ଧ କରାଯାଇଛି। ମସଲାରେ କୀଟନାଶକ ମିଶିଥିବା ଅଭିଯୋଗ କରି ସିଙ୍ଗାପୁର ସରକାର ସ୍ଥାନୀୟ ବଜାରରୁ ଏଭରେଷ୍ଟ ମାଛ ତରକାରୀ (ଫିସ୍‌ କରି) ମସଲା ପ୍ରତ୍ୟାହାର କରିଛନ୍ତି। ଏହି ମସଲା ମିଶ୍ରଣରେ ମାନବ ବ୍ୟବହାର ପାଇଁ କ୍ଷତିକାରକ କୀଟନାଶକ ଏଥିଲିନ୍‌ ଅକ୍ସାଇଡ ଉଚ୍ଚ ସ୍ତରରେ ଥିବା ଅଭିଯୋଗ ହୋଇଛି। ହଙ୍ଗକଙ୍ଗର ଖାଦ୍ୟ ସୁରକ୍ଷା କେନ୍ଦ୍ର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମସଲାରେ ଆବଶ୍ୟକତା ଠାରୁ ଉଚ୍ଚ ସ୍ତରରେ ଏଥିଲିନ୍‌ ଅକ୍ସାଇଡ ରହିଛି। ତେଣୁ ଭାରତ ଏହି ମସଲାକୁ ଫେରାଇନେବାକୁ ବିଜ୍ଞପ୍ତିରେ କୁହାଯାଇଛି। ସୂକ୍ଷ୍ମଜୀବ ପ୍ରଦୂଷଣକୁ କମାଇବା ନିମନ୍ତେ କୃଷିଜାତ ଦ୍ରବ୍ୟକୁ ଧୂଅଁା ଦେବା ପାଇଁ ସାଧାରଣତଃ ଏଥିଲିନ ଅକ୍ସାଇଡ୍ କୀଟନାଶକ ବ୍ୟବହାର ହୋଇଥାଏ। ତେବେ ଖାଦ୍ୟ ପଦାର୍ଥରେ ଏହାର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସିଙ୍ଗାପୁରର ନିୟମ ଅନୁଯାୟୀ ମସଲାରେ ଏହାର ଅନୁମତିପ୍ରାପ୍ତ ପ୍ରୟୋଗ ସତ୍ତ୍ବେ ଏଭରେଷ୍ଟ ଫିସ୍ କରି ମସଲାରେ ଉଚ୍ଚ ସ୍ତରର ଏଥିଲିନ ଅକ୍ସାଇଡ ଉପସ୍ଥିତି ଗ୍ରାହକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ ବୋଲି ଏସ୍‌ଏଫଏ କହିଛି। ତେବେ ଏନେଇ ଏଭରେଷ୍ଟ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories