www.samajalive.in
Sunday, December 7, 2025
18.1 C
Bhubaneswar

ବାରମ୍ବାର ଥଣ୍ଡା ହେଉଛି କି?

ସୁସ୍ଥ ରହିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ନିତାନ୍ତ ଆବଶ୍ୟକ। ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଥାଏ ଓ ବିଶେଷ କରି ପାଗ ପରିବର୍ତ୍ତନ ହେବା ସମୟରେ ଥଣ୍ଡାଜ୍ୱର ଲାଗି ରହୁଥାଏ, ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ ରୋଗଗ୍ରସ୍ତ ହୋଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଓ ମଜଭୂତ ହୋଇଥାଏ। ଜାଣନ୍ତୁ..

କାଜୁ , ବାଦାମ, ପେସ୍ତା ବାଦାମ ଆଦିକୁ ପାଣିରେ ଭିଜାଇ ଏହାକୁ ସକାଳେ ଖାଆନ୍ତୁ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯେ।ଗାଇଥାଏ।

- Advertisement -

ସାଲାଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏଥିରେ ବିଭିନ୍ନ ପ୍ରକାର ପୋଷକ ଥିବାରୁ ଏହା ଖୁବ ସ୍ୱାସ୍ଥ୍ୟ ଉପକାରୀ। ଆପଣ ବିଟ, ଗାଜର, ପିଆଜ, କାକୁଡ଼ି ମିଶାଇ ଖାଇବା ମଧ୍ୟ ଉତ୍ତମ।

ତୁଳସୀ ଆଣ୍ଟି-ବାୟୋଟିକର କାମ କରିଥାଏ। ତେଣୁ ନିୟମିତ ତୁଳସୀ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଅଧିକ ପରିମାଣରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ ହେବାରେ ସହାୟକ ହୋଇଥାଏ। ଥଣ୍ଡା ପାଣି ପରିବର୍ତ୍ତେ ହାଲକା ଉଷୁମ ପାଣି ପିଇବା ଖୁବ ଉତ୍ତମ।

ଗଜା ମୁଗ, ବୁଟ ଓ ଡ଼ାଲି ଜାତୀୟ ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏଥିରେ ଭରପୂର ମାତ୍ରାରେ ପୋଷଣ ଥାଏ। ଏ ସମସ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହଜରେ ହଜମ ମଧ୍ୟ ହୋଇଥାଏ।

ଅଧିକ ରସଯୁକ୍ତ ଫଳ ଖାଇବା ଖୁବ ଉତ୍ତମ। ଯେପରି କମଳା ଆଦି ଅନ୍ୟାନ୍ୟ ଫଳ, ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ଯାହା ରୋଗ ସହ ଲଢିବାକୁ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ମାତ୍ର ଫଳ ସହ କୌଣସି ଚାର୍ଟ ମସଲା, ଲୁଣ ଆଦି ମିଶାଇ ଖାଇବା ଉଚିତ ନୁହେଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories