www.samajalive.in
Sunday, December 7, 2025
14.1 C
Bhubaneswar

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

ଠାକୁରମୁଣ୍ଡା:ଉତ୍ତର ଶିମିଳିପାଳର କେନ୍ଦୁମୁଣ୍ଡି ବନ୍ୟ ପ୍ରାଣୀ ରେଞ୍ଜ ଅଞ୍ଚଳର ରାଣିପାଟ ସେକ୍ସନ ଅଞ୍ଚଳରୁ ଗୁରବାର ଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗ ୪ ଜଣ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକାରୀଙ୍କ ଠାରୁ ଜନ୍ତୁ ମାଂସ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀକୁ ବିଭାଗ ଜବତ କରିଛି।

 

- Advertisement -

କୌଣସି ସୂତ୍ରରୁ ଖବର ପାଇ ଏସିଏଫ ପ୍ରଦୀପ କୁମାର ଦେ, ଯଦୁମଣି କେରକେଟା, ରେଞ୍ଜର ରମେଶ ମାରାଣ୍ଡିଙ୍କ ନେତୃତ୍ୱରେ ଫରେଷ୍ଟର ହୃଷୀକେଶ ବାରିକ, ଦୁତି ନାଏକ, ଫରେଷ୍ଟ ଗାର୍ଡ ରାଜୀବ ଲୋଚନ ମହାନ୍ତ, ରଜତ ମହାନ୍ତ, ଲଳିତ ମହାନ୍ତ ପ୍ରମୁଖ ଜଙ୍ଗଲ ଭିତରେ ଚଢ଼ାଉ କରି ଶିକରୀଙ୍କୁ ଧରିଥିଲେ। ଧରା ପଡିଥିବା ଶିକାରୀ ୪ ଜଣ ହେଲେ ବଡ଼ଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଦର ଗ୍ରାମର ଧନେଶ୍ୱର ହୋ, ବାବୁରାମ ହୋ, ଗୋମିୟା ହୋ, ଜଗ ହୋ ସେମାନଙ୍କ ନିକଟରୁ ୯୫୦ ଗ୍ରାମ ମାଂସ ସହ ସେମାନେ ବ୍ୟବହାର କରିଥିବା ଗୋଟିଏ ଦେଶୀ ବନ୍ଧୁକ, ଧନୁ ଓ ତୀରକୁ ଜବତ କରିଥିଲେ। କେଶ ନମ୍ବର ୦୨/୨୦୨୨ ଅନୁଯାୟୀ ୪ ଜଣ ଶିକାରୀଙ୍କୁ କୋର୍ଟ ଚାଲାଣ କରିଥିବାର ଜଣା ଯାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories