ୟୁକୋ ବ୍ୟାଙ୍କର ନେଟ୍‌ ଲାଭରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସରେ ବ୍ୟାଙ୍କ ୫୦୪. ୫୨ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରି ପୂର୍ବ ବର୍ଷ ଏହି ସମୟ ତୁଳନାରେ ଶତକଡା ୧୪୫.୬୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ପାରିଛି । ବ୍ୟାଙ୍କର କାର୍ଯ୍ୟକାରୀ ଲାଭର ପରିମାଣ ୧୧୮୯.୭୮କୋଟି ଟଙ୍କାରେ ପହଞ୍ଚିପାରିଛି । ବ୍ୟାଙ୍କର ମୋଟ୍‌ ସୁଧ ଆୟ ପୂର୍ବ ବର୍ଷ ଠାରୁ ଶତକଡା ୧୦.୭୬ ପ୍ରତିଶତ ଅଭିବୃଦ୍ଧି ହାରରେ ୧୭୬୯.୬୦ କୋଟିରେ ପହଞ୍ଚିଛି ।

ବ୍ୟାଙ୍କର ଅନ୍ୟାନ୍ୟ ଆୟ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ୭୭୯.୯୪ କୋଟିରେ ପହଞ୍ଚିଛି । ବ୍ୟାଙ୍କର ମୋଟ୍‌ ବ୍ୟବସାୟ ପୂର୍ବ ଆର୍ଥିକ ବର୍ଷ ଏହି ସମୟରେ ୩୩୫୨୩୭.୯୪କୋଟି ହୋଇଥିବା ବେଳେ ଏହା ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୩୭୭୩୦୪.୯୨ କୋଟିରେ ପହଞ୍ଚି ଶତକଡା
୧୨.୫୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିପାରିଛି । ବ୍ୟାଙ୍କର ମୋଟ୍‌ ଜମା ପରିମାଣ ମଧ୍ୟ ଶତକଡା ୧୦.୦୪ ପ୍ରତିଶତ ବୃଦ୍ଧି ପାଇ ୨୩୫୧୪୮.୬୩ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର କାସା ଡିପୋଜିଟ (ଘରୋଇ) ସେପ୍ଟେମ୍ବର ମାସ ସୁଦ୍ଧା ଶତକଡା ୩୯.୫୭ ପ୍ରତିଶତରେ ପହଞ୍ଚିପାରିଛି ।

ବ୍ୟାଙ୍କର ସଂଚୟ ଜମା ଏହି ସମୟ ସୁଦ୍ଧା ୭୨୮୯୨.୦୯ କୋଟି ହୋଇଥିବା ବେଳେ ଚଳିତ ବର୍ଷ ଏହା ଶତକଡା ୮.୪୨ ପ୍ରତିଶତ ଅଭିବୃଦ୍ଧି ହାରରେ ୭୯୦୨୭.୧୨ କୋଟିକୁ ବୃଦ୍ଧି ପାଇଛି । ବ୍ୟାଙ୍କର ସମୁଦାୟ ଅଗ୍ରୀମ ସେପ୍ଟେମ୍ବର ୨୦୨୧ରେ ୧୨୧୫୫୨.୦୩ କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଶତକଡା ୧୬.୯୫ ପ୍ରତିଶତ ଅଭିବୃଦ୍ଧି ହାରରେ ୧୪୨୧୫୬.୨୮କୋଟି ଟଙ୍କାରେ ପହଞ୍ଚି ପାରିଛି ।ବ୍ୟାଙ୍କର ମୋଟ୍‌ ଏନ୍‌ପିଏ ପରିମାଣ ପୂର୍ବ ବର୍ଷ ଶତକଡା ୮.୯୮ ପ୍ରତିଶତ ରହିଥିବା ବେଳେ ଏହା ଶତକଡା ୬.୫୮ ପ୍ରତିଶତକୁ ହ୍ରାସ ପାଇଛି । ବ୍ୟାଙ୍କର ନେଟ୍‌ ଏନ୍‌ପିଏ ପରିମାଣ ପୂର୍ବ ବର୍ଷ ଶତକଡା ୩.୩୭ ପ୍ରତିଶତ ରହିଥିବା ବେଳେ ଏହା ଶତକଡା ୧.୯୯ ପ୍ରତିଶତକୁ ହ୍ରାସ ପାଇଛି । ବ୍ୟାଙ୍କର ପ୍ରୋଭିଜନ କଭରେଜ ହାର
ପୂର୍ବ ବର୍ଷ ଶତକଡା ୯୦.୦୨ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଶତକଡା ୯୨.୯୦ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ଶତକଡା ୧୪.୦୨ ପ୍ରତିଶତ ଏବଂ ସିଇଟି୧ ଶତକଡା ୧୧.୨୫ ପ୍ରତିଶତରେ ପହଞ୍ଚିଛି ।

Comments are closed.