www.samajalive.in
Saturday, December 6, 2025
15.1 C
Bhubaneswar

ସିଦ୍ଧି ବିନାୟକଙ୍କୁ ଭକ୍ତ ଦିଅନ୍ତି କୋଟିକୋଟି ଟଙ୍କାର ଦାନ

ମୁମ୍ବଇସ୍ଥିତ ‘ସିଦ୍ଧି ବିନାୟକ ମନ୍ଦିର’କୁ ଦୈନିକ ସ୍ଥାନୀୟ ଲୋକଙ୍କ ସହ ଦେଶବିଦେଶରେ ରହୁଥିବା ଭାରତୀୟମାନେ ମଧ୍ୟ ଛୁଟିଆସନ୍ତି। ବୁଧବାର ମନ୍ଦିରରେ ସର୍ବାଧିକ ଭିଡ଼ ହେଉଥିବାବେଳେ ଅନ୍ୟ ଦିନମାନଙ୍କରେ ମଧ୍ୟ ଭିଡ଼ ଲାଗି ରହିଥାଏ। ଶିଳ୍ପପତି ଅମ୍ବାନୀ ପରିବାର, ବିଗ୍ ବି ଅମିତାଭ ବଚ୍ଚନଙ୍କ ପରିବାର ନିୟମିତ ଭାବେ ଗଣେଶ ଦର୍ଶନ ନିମନ୍ତେ ସିଦ୍ଧିବିନାୟକ ମନ୍ଦିରକୁ ଆସିଥାନ୍ତି। ମନ୍ଦିରର ପୂଜକଙ୍କ ମତରେ ସ୍ବଚ୍ଛ ମନରେ ପ୍ରଭୁଙ୍କୁ ପ୍ରାର୍ଥନା କଲେ, ଏଠାରୁ କେହି ନିରାଶ ହୋଇଯାଇନଥାନ୍ତି। ପ୍ରତି ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଏଇ ମନ୍ଦିରକୁ ଆସୁଥିଲାବେଳେ ଏଇ ସିଦ୍ଧିବିନାୟକ ରୂପ ଗଣେଶଙ୍କର ସବୁଠୁ ଲୋକପ୍ରିୟ ରୂପ ବୋଲି ପୂଜକ ହରିଶ୍ ନାରାୟଣ କହିଛନ୍ତି। ଦୈନିକ ଏଠାରେ ଶ୍ରଦ୍ଧାଳୁ ୨୫ହଜାରରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ କରିଥାନ୍ତି। ୩ ବର୍ଷ ତଳେ ଜନୈକ ଶିଳ୍ପପତି ହୀରା ଖଚିତ ଏକ ଆଇଫୋନ୍‌‌ ଏଇ ମନ୍ଦିରରେ ଦାନ କରିଥିଲେ। ମନ୍ଦିର କର୍ତ୍ତୃପକ୍ଷ ପରବର୍ତ୍ତୀ ସମୟରେ ବିଚାର କରି ଏଇ ଆଇଫୋନ୍‌କୁ ବିକ୍ରିରୁ ମିଳିଥିବା ଅର୍ଥକୁ ଗରିବଙ୍କ ମଧ୍ୟରେ ଦାନ କରାଯାଇଥିଲା। ୨୧୭ ବର୍ଷ ପୁରାତନ ଏଇ ମନ୍ଦିରରୁ ବାର୍ଷିକ ଆୟ ୪୮ କୋଟି ଟଙ୍କାରୁ ୧୨୫ କୋଟି ଟଙ୍କା ହୋଇଥାଏ। ୧୮୦୧ ନଭେମ୍ବର ୧୯ରେ ‘ସିଦ୍ଧି ବିନାୟକ ମନ୍ଦିର’ ପ୍ରତିଷ୍ଠା ହୋଇଥିଲା। ମନ୍ଦିର ପ୍ରାଚୀର ମଧ୍ୟରେ ଗଣେଶ ସଂଗ୍ରହାଳୟ, ଗଣେଶ ବିଦ୍ୟାପୀଠ ଥିବାବେଳେ ଦ୍ବିତୀୟ ମହଲାରେ ଗରିବଙ୍କ ମାଗଣା ଚିକିତ୍ସା ନିମିତ୍ତ ଚିକିତ୍ସାଳୟ ମଧ୍ୟ ଅଛି। ଏଇ ମହଲାରେ ମନ୍ଦିରର ବୃହତ୍ ରୋଷେଇଶାଳା ଥିବାବେଳେ ଲିଫ୍ଟ ସହାୟତାରେ ଠାକୁରଙ୍କ ଭୋଗ ସେହି ରାସ୍ତାରେ ଯାଇଥାଏ। ମନ୍ଦିର କର୍ତ୍ତୃପକ୍ଷ ସେଠା ନିୟମ ବାବଦରେ ବେଶ୍ ସଚେତନ। ଗତ ୨୧୭ ବର୍ଷ ମଧ୍ୟରେ ଠାକୁରଙ୍କ ପ୍ରତ୍ୟେକ ସେବା ଯଥା ସମୟରେ ହେବାରେ ସେମାନେ କୌଣସି ଅବହେଳା କରିନାହାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories