www.samajalive.in
Saturday, December 6, 2025
26.1 C
Bhubaneswar

ଫୋନ୍ କହିବ ଶୌଚର ସମୟ !

ଯୁଗ ବଦଳିବା ସହ ଜୀବନଶୈଳୀ ଓ ଅନ୍ୟାନ୍ୟ ଅନ୍ଦାଜ୍ ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। କାର୍ଯ୍ୟବ୍ୟସ୍ତତା କାରଣରୁ ଲୋକେ ଏବେ ନିଜ ସ୍ନାନ ଓ ଶୌଚର ସମୟକୁ ଭୁଲିଯାଉଛନ୍ତି ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି। ଏଣୁ ଲୋକଙ୍କୁ ଏ ନିମନ୍ତେ ସାହାଯ୍ୟ କରିବ ତାଙ୍କ ସ୍ମାର୍ଟଫୋନ୍। ଆମ ଭାରତୀୟ ଲୋକେ ବର୍ତ୍ତମାନ ସୁଦ୍ଧା ଏ ତାଲିକାରେ ସାମିଲ ହୋଇନଥିବାବେଳେ ବିଦେଶୀ ଲୋକେ ହିଁ ଏହି ଆପ୍ଲିକେସନ୍‌ର ପୂର୍ଣ୍ଣ ଫାଇଦା ନେବେ ବୋଲି ଜଣାପଡ଼ିଛି। ତେବେ ଏଇ ଉନ୍ନତ ସୁବିଧା ଦିଲ୍ଲୀର ଇନ୍ଦ୍ରପସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଏକ ଦଳ ଶୁଭାରମ୍ଭ କରିଛି। ଗବେଷକଦଳର ମୁଖ୍ୟଙ୍କ କହିବାନୁସାରେ, ପ୍ରଥମେ ବ୍ୟକ୍ତିଙ୍କୁ ଚିତ୍ କରି ଶୁଆଇଯାଇ ତାଙ୍କ ପେଟ ଉପରେ ଷ୍ଟେଥୋସ୍କୋପ୍ ଓ ମାଇକ୍ରୋଫୋନ୍ ରଖାଯିବ। ଷ୍ଟେଥୋସ୍କୋପ୍ ପାକସ୍ଥଳୀର ଧ୍ବନିକୁ ଜାଣିପାରିବା ସହ ମାଇକ୍ରୋଫୋନ୍ ଏହା ରେକର୍ଡିଂ କରି ସ୍ମାଟଫୋନ୍‌‌କୁ ପ୍ରେରଣ କରିବ। ଏହା ପରେ ସେଇ ଧ୍ବନି ଅନୁସାରେ ଦୈନିକ ନିର୍ଦ୍ଧାରିତ ସମୟରେ ସ୍ମାର୍ଟଫୋନ୍ ସମୟ ପୂର୍ବରୁ ବ୍ୟକ୍ତିଙ୍କୁ ଶୌଚ ନିମନ୍ତେ ମନେପକାଇବା ସହ ୧୫ ମିନିଟ୍ ପର୍ଯ୍ୟନ୍ତ ଅଗବତ କରାଇବ। ପ୍ରାରମ୍ଭିକ ପାକସ୍ଥଳୀର ଧ୍ବନି ରେକର୍ଡିଂ ପର୍ଯ୍ୟାୟ ନିମନ୍ତେ ବିଶେଷଜ୍ଞଙ୍କ ସହାୟତା ନେବା ଆବଶ୍ୟକ ବୋଲି ଗବେଷକ କହିଛନ୍ତି। ଚଳିତ ବର୍ଷ ଜାନୁଆରୀ ଦ୍ବିତୀୟ ସପ୍ତାହରେ ଇନ୍ଦ୍ରପ୍ରସ୍ଥଳର ଗବେଷକ ଦଳ ଆମେରିକା ଏକ ସମ୍ମିଳନୀ ନିମନ୍ତେ ଯାଇଥିଲେ। ସେଠାରେ ପ୍ରାୟ ସଂଖ୍ୟାଧିକ ଲୋକଙ୍କ ମତ ଉପସ୍ଥାପନା କରାଯାଇଥିଲା। ପ୍ରାୟ ୩୭% କର୍ମଜୀବୀ ଲୋକଙ୍କ ଅଭିଯୋଗ ଥିଲା, କାମର ଚାପ ଏତେ ବଢ଼ିଗଲାଣି ଯେ ସେମାନେ ଶୌଚ କଥା ପାସୋରି ଯାଉଛନ୍ତି। ସେଠାରୁ ଫେରିବା ପରେ ଆମ ଭାରତୀୟ ଗବେଷକ ଏହିଭଳି ଏକ ଆପ୍ଲିକେସନ୍ ତିଆରି ନିମନ୍ତେ ଲାଗିପଡ଼ିଥିଲେ। ମାସ କେଇଟାରେ ସେମାନେ ଏହି ଆପ୍ଲିକେସନ୍ ତିଆରି କରିବା ସହ ଏହା ଭଲଭାବେ କାମ କରୁଛି ବୋଲି ମଧ୍ୟ ପରୀକ୍ଷାରୁ ଜଣାପଡ଼ିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories