www.samajalive.in
Sunday, December 7, 2025
23.1 C
Bhubaneswar

‘ସବୁଜ ଭାରତ’ ମୂଳ ତତ୍ତ୍ୱକୁ ନେଇ ସିଡ୍‌ବି ପ୍ରଚଳନ କଲା ସ୍ୱାବଲମ୍ବନ ଚାଲେଞ୍ଜ ଫଣ୍ଡର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର : ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡିକର ପ୍ରୋତ୍ସାହନ, ସେଗୁଡିରେ ଅର୍ଥଲଗାଣ ଓ ବିକାଶ କ୍ଷେତ୍ରରେ ନିୟୋଜିତ ପ୍ରମୁଖ ଅର୍ଥଲଗାଣକାରୀ ସଂସ୍ଥା ସ୍ମଲ ଇଣ୍ଡଷ୍ଟ୍ରିଜ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିଡ୍‌ବି) ବିକାଶ କ୍ଷେତ୍ରରେ ରହୁଥିବା ତାରତମ୍ୟ ଦୂର କରିବାକୁ ଲକ୍ଷ୍ୟ ରଖୁଥିବା ଅଣ ଲାଭଜନକ ସଂଗଠନ / ଶିକ୍ଷାନୁଷ୍ଠାନ / ସାମାଜିକ ଉଦ୍ୟୋଗ ଆଦିକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଉଦ୍ଦିଷ୍ଟ ସ୍ୱାବଲମ୍ବନ ଚାଲେଞ୍ଜ ଫଣ୍ଡ (ଏସସିଏଫ୍‌)ର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛି । ସବୁଜ/ସ୍ୱଚ୍ଛ/ଦକ୍ଷ ଜଳବାୟୁ ପରିବର୍ତ୍ତନ ଦିଗରେ ଦୃଷ୍ଟି ଦେଉଥିବା ସମ୍ପୂର୍ଣ୍ଣ ନୂତନ ପ୍ରକଳ୍ପଗୁଡିକ ଉପରେ ଏହା ଦୃଷ୍ଟିନିବଦ୍ଧ କରୁଛି । ଏହାର ଅନ୍ୟାନ୍ୟ ବିଷୟ ମଧ୍ୟରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ଆର୍ଥିକ ସେବାକୁ ପହଂଚ ସହିତ ଔଦ୍ୟୋଗିକତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ । ସ୍ୱାବଲମ୍ବନ ଚାଲେଞ୍ଜ ଫଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ ଅବସରରେ ପ୍ରକାଶ କରି ଆଇଏଆଣ୍ଡଏଏସ୍‌, ସିଡ୍‌ବିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶିବସୁବ୍ରମନିଅନ୍‍ ରମଣ କହିଛନ୍ତି, ଏହା ବିକାଶ କ୍ଷେତ୍ରରେ ଆହ୍ୱାନମୂଳକ ପରିସ୍ଥିତିର ସମାଧାନ ସମ୍ପର୍କିତ ପ୍ରଭାବୀ ପ୍ରସ୍ତାବଗୁଡିକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି । ଏହି ପ୍ରୟାସ ବୈଦେଶିକ, ରାଜ୍ୟଗୋଷ୍ଠୀ ଏବଂ ବିକାଶମୂଳକ କାର୍ଯ୍ୟାଳୟ ସହିତ ସହଭାଗିତାରେ ଆମ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱାବଲମ୍ବନ ସମ୍ପଦ ବ୍ୟବସ୍ଥାର ଏକ ଅଂଶ ଅଟେ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories