www.samajalive.in
Tuesday, December 9, 2025
15.1 C
Bhubaneswar

ରିଲିଜ୍‍ ହେଲା ‘ଶୁଭ ମଙ୍ଗଲ୍‍ ଜ୍ୟାଦା ସାବଧାନ’ର ଟ୍ରେଲର

ମୁମ୍ବଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଆଗାମୀ ରୋମାଣ୍ଟିକ୍‍-କମେଡ଼ି ଚଳଚ୍ଚିତ୍ର ‘ଶୁଭ ମଙ୍ଗଲ୍‍ ଜ୍ୟାଦା ସାବଧାନ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଏହା ୨୦୧୭ରେ ମୁକ୍ତିଲାଭ କରିଥିବା ସୁପରହିଟ୍‍ ଚଳଚ୍ଚିତ୍ର ‘ଶୁଭ ମଙ୍ଗଲ୍‍ ସାବଧାନ’ର ସିକ୍ୱେଲ। ଚଳଚ୍ଚିତ୍ରର କାହାଣୀ ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ।
ଟ୍ରେଲରରେ ଏକ ଗେ’ ଯୋଡ଼ିଙ୍କ କହାଣୀ ଦେଖିବାକୁ ମିଳିଛି, ଯାହାଙ୍କୁ ନା ସମାଜ ସହଜରେ ସ୍ୱୀକାର କରି ପାରୁଛି ନା ପରିବାର। ଏଥିରେ ଆୟୁଷ୍ମାନ ପ୍ରଥମ ଥର ପାଇଁ ଜଣେ ଗେ’ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ସହ-କଳାକାର ଜିତେନ୍ଦ୍ର କୁମାରଙ୍କ ସହ ଆୟୁଷ୍ମାନଙ୍କ ଦମ୍‍ଦାର୍‍ ଅଭିନୟର ଝଲକ ଦେଖିବାକୁ ମିଳିଛି। ଟ୍ରେଲରରୁ ଜଣାପଡ଼ୁଛି ଚଳଚ୍ଚିତ୍ରରେ କମେଡ଼ିର ଭରପୁର ଡୋଜ୍‍ ଭରି ରହିଛି। ଟ୍ରେଲର ଦେଖି ସାମାଜିକ ଗଣମାଧ୍ୟମରେ ଲୋକେ ବହୁତ ଭଳ ପ୍ରତିକ୍ରିୟା ଦେଉଛନ୍ତି।

ଆୟୁଷ୍ମାନ ଓ ଜିତେନ୍ଦ୍ରଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ନୀନା ଗୁପ୍ତା, ଗଜରାଜ ରାଓ, ମାନ୍‍ଭି ଗଗରୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ହିତେଶ କେୱଲ୍ୟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୨୧ ଫେବୃଆରୀରେ ପରଦାକୁ ଆସିବ।

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories