www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀକୃଷ୍ଣଙ୍କ ପୂଜା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ହିନ୍ଦୁ ଧର୍ମରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଅନେକ ମହତ୍ତ୍ବ ରହିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କର ଉପାସନା କରୁଥିବା ବ୍ୟକ୍ତିଙ୍କୁ ଜୀବନରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ। ସେମାନେ ଜୀବନରେ ସର୍ବଦା ସୁଖଶାନ୍ତିରେ ରହି ଥାଆନ୍ତି। ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ପ୍ରଭୁ ଶ୍ରୀକୃଷ୍ଣ ବାଲ୍ୟାବସ୍ଥାରେ ଲହୁଣି ଚୋରି କରି ଖାଉଥିଲେ, ଗୋପୀଙ୍କ ବସ୍ତ୍ର ଚୋରି କରୁଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା କରିବା ପାଇଁ ଭକ୍ତମା​‌ନେ ତାଙ୍କର ମୂର୍ତ୍ତିକୁ ସ୍ଥାପନ କରି ଥାଆନ୍ତି। ମୂର୍ତ୍ତି ସ୍ଥାପନ କରି ତାଙ୍କର ବିଶେଷ ରୂପେ ପୂଜାର୍ଚ୍ଚନା କରିଥାଆନ୍ତି।

ଯଦି ଆପଣ ଘରେ କୌଣସି ଦେବାଦେବୀଙ୍କ ମୁର୍ତ୍ତି ସ୍ଥାପନ କରିଛନ୍ତି ତେବେ ତାଙ୍କର ଠିକ୍ ଭାବେ ପୂଜାର୍ଚ୍ଚନା କରନ୍ତୁ। ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରିବା ପରେ କ’ଣ କରିବା ଉଚିତ ତାହା ଖୁବ୍‌ କମ୍‌ ଲୋକେ ଜାଣିଛନ୍ତି। ତେଣୁ ମୂର୍ତ୍ତି ସ୍ଥାପନ କରିବା ପରେ ଭଗବାନ ଶ୍ରୀକୃଷ୍ଣଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରନ୍ତୁ। ନଚେତ ତାହା ଜୀବନରେ ଉନ୍ନତି ଆଣିବା ବଦଳରେ ଓଲଟା ଫଳ ଦେଇଥାଏ।

- Advertisement -

ଯେଉଁ ଘରେ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ରଖିବେ ସେହି ଠାରେ ବଂଶୀ ରଖିବା ଆବଶ୍ୟକ ଅଟେ। କୁହାଯାଇଛି ଯେ, ଭଗବାନ ଶ୍ରୀକୃଷ୍ଣଙ୍କୁ ବଂଶୀର ଧ୍ବନୀ ଅତ୍ୟନ୍ତ ପସନ୍ଦ ଅଟେ। ତେଣୁ ଘରେ ବଂଶୀ ରଖିବା ଦ୍ବାରା ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ ଗାଈ ଓ ବାଛୁରୀକୁ ଅତ୍ୟନ୍ତ ଭଲ ପାଉଥିଲେ। ତାଙ୍କୁ କ୍ଷୀର, ଲହୁଣୀ ଓ କ୍ଷୀରରୁ ପ୍ରସ୍ତୁତ ସମସ୍ତ ଦ୍ରବ୍ୟ ଖାଇବାକୁ ଭଲ ଲାଗିଥାଏ। ତେଣୁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖିବା ସ୍ଥାନରେ ଗାଈ ଓ ବାଛୁରୀ ମୂର୍ତ୍ତି ମଧ୍ୟ ରଖନ୍ତୁ। ପୂଜା ସ୍ଥାନରେ ମୟୂର ଚୂଳ ମଧ୍ୟ ରଖନ୍ତୁ। ମୟୂର ଚୂଳ ରଖିବା ଦ୍ବାରା ପରିବାରରେ ସୁଖଶାନ୍ତି ପ୍ରବେଶ କରିଥାଏ। ଏହାସହ କଇଁ ଫୁଲ ମଧ୍ୟ ରହିବା ଉଚିତ। କାରଣ କଇଁ ପଙ୍କରୁ ଜାତ ହୋଇଥାଏ। ଏହା ଜୀବନରେ ସଂଘର୍ଷ ଓ ବିଜୟୀ ହେବାର ପ୍ରତୀକ ଅଟେ।

ଘରେ ପୂଜା ସମୟରେ ଶ୍ରୀକୃଷ୍ଣଙ୍କ ନିକଟରେ ସର୍ବଦା ଲହୁଣି ଓ ମିଶ୍ରି ଭୋଗ ଲଗାନ୍ତୁ। ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସର୍ବଦା ରାଧାଙ୍କ ମୂର୍ତ୍ତି ରଖନ୍ତୁ।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories