www.samajalive.in
Tuesday, December 9, 2025
15.1 C
Bhubaneswar

ରାସ୍ତା ସଂପ୍ରସାରଣ ପରେ ମଧ୍ୟ ଚାଲିଛି ଅବାଧ ଗଛକଟା

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ଆଠଗଡ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତି କରଣ କାର୍ଯ୍ୟ ଚାଲୁରହିଛି।ଅନେକ ସ୍ଥାନରେ ରାସ୍ତାକାର୍ଯ୍ୟ ସଂପୂର୍ଣ୍ଣ ସରିଗଲାଣି ମଧ୍ୟ। ରାସ୍ତାକାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଥିବା ସ୍ଥାନମାନଙ୍କରେ ଆବଶ୍ୟକ ନଥାଇ ଖଳ ପ୍ରକୃତିରେ ଅନାୟସରେ ଗଛକାଟିବାରେ ଲାଗିଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ନାରଙ୍ଗବସ୍ତ ପନ୍ଥେଇ ଠାକୁରାଣୀଙ୍କ ନିକଟରେ। ପ୍ରକାଶଯାଗ୍ୟ ନୂଆଡିହ ଠାରୁ ପନ୍ଥେଇ ଠାକୁରାଣୀ ପର୍ଯ୍ୟନ୍ତ ରାସ୍ତାକାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି।

ହେଲେ ରାସ୍ତାସଂପ୍ରସାରଣରେ ବାଧକ ନଥିବା ଗଛଗୁଡିକୁ ଏବେ ସ୍ଥାନୀୟ ଅଞ୍ଚଳର କିଛି ଖଳ ପ୍ରକୃତିର ଲୋକ କାଟିନେଉଛନ୍ତି। ଯାହାଫଳରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ରାସ୍ତରେ ଯାଉଥିବା ବାଟୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସ୍ପଷ୍ଟ ଦିବାଲୋକରେ ରାସ୍ତା ପାଶ୍ୱର୍ରେ ଥିବା ଗଛଗୁଡିକୁ କଟାଯାଉଥିବା ବେଳେ ବିଭାଗୀୟ ରାସ୍ତା ଓ କୋଠାବାଡି ବିଭାଗର ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ବନବିଭାଗ ଉଦାସୀନତା ଦେଖାଇଛି। ଯାହା ଫଳରେ କି ଗଛ କାଟୁଥିବା ଖଳପ୍ରକୃତିର ଲୋକମାନଙ୍କ ପାଇଁ ଏହା ପୁଷମାସ ସୃଷ୍ଟି କରିିଛି। ରାସ୍ତା ସଂପ୍ରସାରଣରେ ବାଧକ ସୃଷ୍ଟି କରୁନଥିବା ଗଛକଟାକୁ ତୁରନ୍ତ ବନ୍ଦ ପାଇଁ ପରିବେଶବିତ୍ମାନେ ଦାବି କରିଛନ୍ତି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories