www.samajalive.in
Monday, December 8, 2025
27.1 C
Bhubaneswar

ଗଞ୍ଜେଇ ଜବତ : ମହିଳା ସମେତ ୩ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ପୁଲିସ ପକ୍ଷରୁ ଚଢ଼ଉ ଅଭିଯାନ ସମୟରେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କ ସମେତ ସମୁଦାୟ ୩ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ସ୍ଥିତ ସଦର ଏସଡିପିଓ କାର୍ଯ୍ୟାଳୟରେ ଏସଡିପିଓ ତୁଫାନ ବାଗଙ୍କ ସୂଚନାନୁଯାୟୀ, ଶନିବାର ସକାଳ ସମୟରେ ଗଞ୍ଜେଇ ଚାଲାଣର ସୂଚନା ମିଳିବା ପରେ ଠେଲକୋଲେଇ ଥାନା ପକ୍ଷରୁ ଚେକିଂ କରୁଥିଲେ। ଠେଲକୋଲେଇ ଏସବିଆଇ ନିକଟରେ ଏକ ସନ୍ଦିଗ୍ଧ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ସମୁଦାୟ ୨୩ କିଗ୍ରା ୭ ଶହ ଗ୍ରାମ ଓଜନର ଅବୈଧ୍ୟ ଗଞ୍ଜେଇ ମିଳିଥିଲା। ଏଣୁ ଗାଡି ଜରିଆରେ ଗଞ୍ଜେଇ ଚାଲାଣ କରୁଥିବା ମହିଳା ଲଳିତା ଜାଲ (୩୫), ରାକେଶ ଓରାମ (୩୧) ଏବଂ ରାଜେଶ ବର୍ମା (୪୫) ଙ୍କୁ ଗିରଫ କରି ଗଞ୍ଜେଇ ଗୁଡିକୁ ଜବତ କରିଥିଲା। ଏଥି ସହ ୨ଟି ମୋବାଇଲ ମଧ୍ୟ ପୁଲିସ ଜବତ କରିଛି। ଏ ନେଇ ଠେଲକୋଲେଇ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିବା ବେଳେ ଗଞ୍ଜେଇ, ସ୍କୁଟି ଓ ମୋବଇଲ ଗୁଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories