www.samajalive.in
Wednesday, November 19, 2025
18.1 C
Bhubaneswar

ଚମ୍ପୁଆରୁ ମୁରଲୀ ଓ ତେଲକୋଇରୁ ଫକୀର ବିଜେପି ପ୍ରାର୍ଥୀ

କେନ୍ଦୁଝରଗଡ଼: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଅନୁମୋଦନକ୍ରମେ ଶନିବାର ଓଡିଶାର ୮ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ ବହୁଚର୍ଚ୍ଚିିତ ଚମ୍ପୁଆବିଧାନସଭା ଆସନ ପାଇଁ ଗତଥରର ପ୍ରାର୍ଥୀ ଡ.ମୁରଲୀ ମନୋହର ଶର୍ମାଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ତେଲକୋଇ ଆସନରୁ ଡାକ୍ତର ଫକୀର ମୋହନ ନାଏକଙ୍କୁ ଦଳ ନୂଆ ଚେହେରା ଭାବେ ପ୍ରାର୍ଥୀ କରିଛି। ତେବେ ଜିଲାର ୬ ବିଧାନସଭା ଆସନ ମଧ୍ୟରୁ ୫ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଘସିପୁରା ଆସନରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଘୋଷଣା ହୋଇନପାରିବା ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇଦେଇଛି।

୨୦୧୯ ନିର୍ବାଚନରେ ଚମ୍ପୁଆ ଆସନରୁ ବିଜେଡି ବିଧାୟିକା ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ୮୯୫୨୫ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ମୁରଲୀ ୬୩୧୧୭ଖଣ୍ଡ ଭୋଟ ପାଇ ଦ୍ୱିତୀୟସ୍ଥାନରେ ରହିଥିଲେ। ତେବେ ଚଳିତ ନିର୍ବାଚନରେ ବିଜେଡି ମିନାକ୍ଷୀଙ୍କୁ ବାଦ୍‌‌ ଦେଇ ପୂର୍ବତନ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ପ୍ରାର୍ଥୀ ମୁରଲୀଙ୍କ ସହ ତାଙ୍କର କଡା ମୁକାବିଲା ହେବାକୁ ଯାଉଛି। ୨୦୦୯ରୁ ଚମ୍ପୁଆ ଆସନ ଅଣସଂରକ୍ଷିତ ଥିବାସତ୍ତେ୍ୱ କଂଗ୍ରେସ ଚଳିତ ନିର୍ବାଚନରେ ଏଠାରେ ପୂର୍ବତନ ବିଜେଡି ସାଂସଦ ତଥା ଆଦିବାସୀ ଯୁବ ଚେହେରା ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ପ୍ରାର୍ଥୀ କରିଥିବାରୁ ଚଳିତ ନିର୍ବାଚନରେ ଚମ୍ପୁଆ ଆସନରେ ତ୍ରିକୋଣୀୟ ମୁକାବିଲା ହେବା ସ୍ପଷ୍ଟ ବାରି ହୋଇପଡୁଛି।

- Advertisement -

ସେହିଭଳି ତେଲକୋଇ ଆସନରେ ଶାସକ ବିଜେଡି ପୂର୍ବତନ ସାଂସଦ ମାଧବ ସର୍ଦ୍ଦାରଙ୍କୁ ଏବଂ ବିଜେପି ଡାକ୍ତର ଫକୀର ଚରଣ ନାଏକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକଙ୍କ ପୁଅ ତଥା ସାମ୍ବାଦିକ ନିର୍ମଳ ଚନ୍ଦ୍ର ନାଏକଙ୍କୁ ପ୍ରାର୍ଥୀ କରିଛି। ତେଲକୋଇ ଆସନରୁ ଶାସକ ବିଜେଡିର ପ୍ରାର୍ଥୀ ସଦର ନିର୍ବାଚନମଣ୍ଡଳୀ ଓ ବିଜେପି ପ୍ରାର୍ଥୀ ଘସିପୁରା ନିର୍ବାଚନମଣ୍ଡଳୀର ହୋଇଥିବାରୁ ମା’ ମାଟି ପାଇଁ ସ୍ୱାଭିମାନର ଲଢ଼େଇ ନେଇ କଂଗ୍ରେସ ପ୍ରାର୍ଥୀ ଯୁବ ଚେହେରା ନିର୍ମଳ ଡାର୍କ ହର୍ସ ଭାବେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି ବୋଲି ବିଜେପି ପ୍ରାର୍ଥୀ ଘୋଷଣା ପରେ ସଚେତନ ଭୋଟର ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ

ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି...

Related Articles

Popular Categories