ଦେବ ବିବାହ ପାଇଁ ପାର୍ବତୀଙ୍କର ଘରେ ବସିଲା ମଙ୍ଗଳ ହାଣ୍ଡି : ନିମନ୍ତ୍ରଣ ଦେଲେ ନୃସିଂହ    

0

ସମ୍ବଲପୁର  ବୁଧବାର ଦିନ ରାତ୍ରରେ ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟୀ ନନ୍ଦପଡାର ବଂ ବଂ ବରାଡ ବାଲୁଙ୍କେଶ୍ୱର ଙ୍କର ପତ୍ରପେଣ୍ଡି ସହିତ ପଶ୍ଚିମ ଓଡିଶାର ସପ୍ତାହବ୍ୟାପୀ ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ସମ୍ପୁର୍ଣ୍ଣ ଲୋକାଚାର ନିତିରେ ପାଳିତ ହେଉଥିବା ଶୀତଳଷଷ୍ଠୀ ଉତ୍ସବରେ ଦ୍ୱିତୀୟ ଦିନରେ  ସାଧାରଣ ବିବାହ ପରି ସକାଳ ୯ଟାରେ ନନ୍ଦପଡାର ମହିଳା ମାନେ ଦେବୀ ପାର୍ବତୀଙ୍କୁ ଶଙ୍ଖ, ହୁଳହୁଳି ସହ ଦୁଲଦୁଲି, ଘଣ୍ଟ ବାଦ୍ୟର ଆସରରେ ତାଙ୍କର ମାତାପିତା ଙ୍କ ଘରକୁ ନେଇ ମୁଗଜବାର ବନ୍ଦାଣ ଓ ମାଙ୍ଗଳିକ ଶ୍ରାଦ୍ଧ ରିତି ସମ୍ପନ୍ନ କରିଥିଲେ। ଏହା ପରେ ବିବାହ ପାଇଁ ପାର୍ବତୀ ଙ୍କର ମାତାପିତାଙ୍କ ଘରେ ମଙ୍ଗଳ ହାଣ୍ଡି ସ୍ଥାପିତ ହୋଇଥିଲା। ଏହା ପରେ ଆନୁଷ୍ଠିକ ଭାବରେ କନ୍ୟାପକ୍ଷରୁ ଦେବପିତୃ ନିମନ୍ତ୍ରଣ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସୁଚନାଯୋଗ୍ୟ ଯେ, ମହାଦେବ ଙ୍କର ପିତା ନ ଥିବାରୁ ତାଙ୍କର ମୁଗଜବାର ଓ ମଙ୍ଗଳ ହାଣ୍ଡି ରିତି ପାଳନ କରା ନ ଯାଉଥିବା ବେଳେ ମାତା ପାର୍ବତୀ ଜନ୍ମ ନେଇଥିବାରୁ ତାଙ୍କର ପିତ୍ରାଳୟରେ ମୁଗଜବାର ଓ ମଙ୍ଗଳ ହାଣ୍ଡି ରିତି ପାଳନ କରାଯାଇଥାଏ। ସାଧାରଣ ବିବାହ ନିତି ଅନୁଯାୟୀ ମହିଳା ମାନଙ୍କ ଦ୍ୱାରା ଏହି ରିତିନିତି ପାଳନ କରାଯାଉଥିବାରୁ ଏହି ରିତି କୁ ନନ୍ଦପଡାର ମହିଳାମାନେ ପାର୍ବତୀଙ୍କର ପିତ୍ରାଳୟରେ ତାଙ୍କର ମାତା ଓ ପାଖପଡିଶା ର ମହିଳା ମାନଙ୍କର ସହିତ ମିଶି ପାଳନ କରିଥାନ୍ତି।

prayash

ଏହା ପରେ ରାତ୍ରରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ପାଇଁ ନୃସିଂହ ନିଉତା ନିତି ସମ୍ପନ୍ନ ହୋଇଯାଇଛି। ଗୁରୁବାର ରାତ୍ର ୯ଟାରେ ନୃସିଂହ ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ରଥାରୁଢ ହୋଇ ବିଭିନ୍ନ ମନ୍ଦିରକୁ ଯାଇ ସମସ୍ତ ଦେବତା ଓ ଦେବୀମାନଙ୍କୁ ବିବାହର ନିମନ୍ତ୍ରଣ ପାଇଁ ନିମନ୍ତ୍ରଣ ଦେଇଛନ୍ତି। ବାଲୁଙ୍କେଶ୍ୱର ମନ୍ଦିର ରେ ପୁଜାର୍ଚ୍ଚନା ପରେ ପରିସରରେ ଥିବା  ପନଚବକ୍ର, ଦୁର୍ଗା ମନ୍ଦିର, ଭୈରବଙ୍କୁ ନୃସିଂହ ମହାପ୍ରଭୁ ନିଉତା ଦେବା ପରେ ବାରିହା ମନ୍ଦିର, ବ୍ରହ୍ମପୁରା ମନ୍ଦିର, କଂସଲେଇ ମନ୍ଦିର, ସତ୍ୟବାଦୀ ମନ୍ଦିର, ମଦନମୋହନ ମନ୍ଦିର, ଲିଆଖାଇ ମନ୍ଦିର, ବାଟମଙ୍ଗଳା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଦଧିବାବନ ମନ୍ଦିର ଗୁଡିକୁ ଯାଇ ଦେବାଦେବୀ ମାନଙ୍କୁ ଗୁଆ, ନଡିଆ ଓ ମିଠେଇ ଦେଇ ମହାଦେବ ଓ ପାର୍ବତୀଙ୍କର ଲୌକିକ ବିବାହ ପାଇଁ ନିମନ୍ତ୍ରଣ କରିଥିଲେ। ନୃସିଂହ ମହାପ୍ରଭୁ ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ଦୁଲଦୁଲି, ଧମାଲ ବାଜା, ଦଣ୍ଡା ନାଚ, ଘନ୍ଟ ବାଦ୍ୟ ଓ ଆକର୍ଷଣୀୟ ଆଲୋକ ମଧ୍ୟରେ ମନ୍ଦିର ମାନଙ୍କୁ ଯାଇ ନିମନ୍ତ୍ରଣ ଦେଇଥିଲେ। ଏହି ରିତି ପାଳନ ସମୟରେ ବରପିତା ରାମଚରଣ ମିଶ୍ର, ମିଳିତ ସମନ୍ୱୟ ସମିତି ସଭାପତି ଫଣିଭୂଷଣ ମିଶ୍ର, ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟୀର ସଭାପତି ସମୀର ରଞନ ବାବୁ, ଉପସଭାପତି ପ୍ରଭୁଦତ୍ତ ପଣ୍ଡା, ସାଧାରଣ ସମ୍ପାଦକ ଆଶିଷ ବାବୁ, ସହ ସମ୍ପାଦକ ସନତ ନନ୍ଦ, ଯୁଗ୍ମ ସମ୍ପାଦକ ବାଳଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ । ଶୁକ୍ରବାର  ସକାଳ ସମୟରେ ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ସୋମନାଥ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ଦୁର୍ଗାପାଲୀର ଦୁର୍ଗା ମନ୍ଦିର କୁ ଦେବ ବିବାହ ପାଇଁ ନିମନ୍ତ୍ରଣ ଦିଆଯାଇଛି ।

kalyan agarbati
Leave A Reply