www.samajalive.in
Tuesday, December 9, 2025
17.1 C
Bhubaneswar

କିଭଳି ଆରମ୍ଭ ହେଲା କାଉଡ଼ିଆ ଯାତ୍ରା, ଜାଣନ୍ତୁ ଏହାସହ ଜଡ଼ିତ କିଛି ପୌରାଣିକ କଥା

ଶ୍ରାବଣ ମାସକୁ ପ୍ରଭୁ ଶିବଙ୍କର ପ୍ରିୟ ମାସ ବୋଲି କୁହାଯାଏ। ଏହି ମାସରେ ସମସ୍ତ ଶିବାଳୟରେ ଭକ୍ତ ଓ କାଉଡ଼ିଆମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳେ। ଏହି କାଉଡ଼ିଆ ଯାତ୍ରାର ଆରମ୍ଭ କିଭଳି ହେଲା ସେନେଇ କିଛି ପୌରାଣିକ କଥା ରହିଛି। ଜାଣନ୍ତୁ ସେ ବିଷୟରେ….
ଶାସ୍ତ୍ର ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଯେଉଁ ବିଷ ବାହାରିଥିଲା, ତାହାକୁ ପ୍ରଭୁ ମହାଦେବ ପାନ କରିଥିଲେ। ପାନ କରିବା ସମୟରେ ମାତା ପାର୍ବତୀ ତାଙ୍କ ଗଳାରେ ହାତ ରଖିବାରୁ ବିଷ ମହାଦେବଙ୍କ ଗଳାରେ ରହିଥିଲା। ତେଣୁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ। ପ୍ରଭୁ ମହେଶ୍ୱର ବିଷ ପାନ କରିବା ପରେ ବିଚଳିତ ହୋଇ ନିଜ ମନ ଓ ଶରୀରକୁ ଶାନ୍ତ କରିବା ପାଇଁ ହିମାଳୟକୁ ଯାଇଥିଲେ। ଏହାଦେଖି ସମସ୍ତ ଦେବୀଦେବତା ପ୍ରଭୁଙ୍କୁ ଶାନ୍ତ କରିବା ପାଇଁ ମାଠିଆରେ ଜଳ ନେଇ ପ୍ରଭୁ ଶିବଙ୍କୁ ଅର୍ପଣ କଲେ। ଯାଦ୍ୱାରା ସେ ଶାନ୍ତ ହୋଇଗଲେ। ଏହି ଘଟଣା କାରଣରୁ ଶିବ ଭକ୍ତମାନେ ପ୍ରଭୁଙ୍କୁ ଜଳ ଅର୍ପଣ କରିବାର ପରମ୍ପରା ରହିଛି।
ଅନ୍ୟ ଏକ କଥା ଅନୁଯାୟୀ, କାଉଡ଼ିଆ ଯାତ୍ରା ପରମ୍ପରାର ଆରମ୍ଭ ଭଗବାନ ପର୍ଶୁରାମଙ୍କ ଦ୍ୱାରା ହୋଇଥିଲା। ସର୍ବପ୍ରଥମେ ଭଗବାନ ପର୍ଶୁରାମ ଉତ୍ତର ପ୍ରଦେଶର ବାଗପତ ନିକଟରେ ଥିବା ପୁରା ମହାଦେବଙ୍କ ମନ୍ଦିରରେ ଗଡ଼ମୁକ୍ତେଶ୍ୱର ଠାରୁ ଗଙ୍ଗାଜଳ ନେଇ ଶିବଲିଙ୍ଗରେ ଅର୍ପଣ କରିଥିଲେ। ସେ ଯେଉଁ ସମୟରେ ଏହି କାର୍ଯ୍ୟ କରିଥିଲେ ତାହା ଶ୍ରାବଣ ମାସ ଥିଲା।
ସେହିପରି ଆଉ ଏକ ପୌରାଣିକ କଥା ହେଉଛି-
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ର କାଉଡ଼ିଆ ସାଜି ପ୍ରଭୁ ଶିବଙ୍କୁ ଜଳ ଅର୍ପଣ କରିଥିଲେ। ପ୍ରଭୁ ଶ୍ରୀରାମ ବିହାରର ସୁଲତାନଗଞ୍ଜ ଠାରୁ ଜଳ ନେଇ ଝାଡ଼ଖଣ୍ଡର ଦେବଘରରେ ଥିବା ବୈଦ୍ୟନାଥ ଜ୍ୟୋର୍ତିଲିଙ୍ଗରେ ଜଳ ଅଭିଷେକ କରିଥିଲେ। ତେଣୁ ଏହି କାରଣରୁ ମଧ୍ୟ ଶିବଙ୍କୁ ଜଳ ଅର୍ପଣ କରାଯାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories