www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରାବଣରେ ପ୍ରଭୁ ଶିବଶଙ୍କରଙ୍କ ଏହି ୩ଟି ସ୍ୱରୂପକୁ ପୂଜା କଲେ ମିଳେ ବହୁ ଶୁଭଫଳ

ଏହି ପବିତ୍ର ଶ୍ରାବଣ ମାସରେ ଭଗବାନ ଶିବଶଙ୍କରଙ୍କ ଏହି ୩ଟି ସ୍ୱରୂପକୁ ପୂଜା କଲେ ମନୋସ୍କାମନା ପୂରଣ ହେବା ସହ ବହୁ ମଙ୍ଗଳ ହୋଇଥାଏ। ପ୍ରଭୁ ଭୋଳାଶଙ୍କର ତ୍ରିନେତ୍ର ଧାରୀ ଅଟନ୍ତି। ଏହି ୩ଟି ସ୍ୱରୂପର ପୂଜା ନିମନ୍ତେ ଶ୍ରାବଣ ମାସର ୩ୟ ସୋମବାରର ସହ ସଂପୂର୍ଣ୍ଣ ଶ୍ରାବଣ ମାସର ମଧ୍ୟ ବିଶେଷତ୍ୱ ରହିଛି।

- Advertisement -

ନୀଳକଣ୍ଠ – ପ୍ରଭୁଙ୍କର ଏହି ସ୍ୱରୂପକୁ ପୂଜା କଲେ ଗ୍ରହ ମାନଙ୍କର ନିୟନ୍ତ୍ରଣ ହୋଇଥାଏ। ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ସଂପୂର୍ଣ୍ଣ ଜୀବଜଗତ ମାନଙ୍କ ରକ୍ଷା ନିମନ୍ତେ ପାନ କରିଥିଲେ। ଏହି ବିଷକୁ ସେ ନିଜ କଣ୍ଠରେ ହିଁ ରଖି ଦେଇଥିଲେ , ଯାହା ଫଳରେ ତାଙ୍କ ନାମ ନୀଳକଣ୍ଠ ହୋଇଛି। ପ୍ରଭୁଙ୍କର ଏହି ସ୍ୱରୂପକୁ ପୂଜା କଲେ ଶତ୍ରୁବାଧା, ଗୁଣିଗାରେଡ଼ି ଆଦି ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ। ଏହି ଶ୍ରାବଣ ମାସରେ ପ୍ରଭୁଙ୍କ ଲିଙ୍ଗରେ ଆଖୁର ରସ ଅର୍ପଣ କଲେ ବହୁ ଶୁଭଫଳ ମିଳିଥାଏ। ଏହା ପରେ ‘ଓଁ ନୀଳକଣ୍ଠାୟ ନମଃ’ର ମନ୍ତ୍ରର ଜପ କରିବା ଦ୍ୱାରା ଗ୍ରହ ମାନଙ୍କର ସମସ୍ତ ବାଧା ଦୂର ହୋଇଯାଇଥାଏ।


ନଟରାଜ – ପ୍ରଭୁଙ୍କର ଏହି ସ୍ୱରୂପକୁ ପୂଜା କଲେ ଜ୍ଞାନ, ବୁଦ୍ଧି, ସଂଙ୍ଗୀତ , ନୃତ୍ୟ ଆଦି କଳାରେ ଉନ୍ନତି ଘଟିଥାଏ। ଭଗବାନ ଭୋଳା ଶଙ୍କର ହିଁ ସଂସାରରେ ସମସ୍ତ ନୃତ୍ୟ, ସଂଙ୍ଗୀତ ଆଦିର ଆବିଷ୍କାର କରିଥିଲେ। ଯାହାକୁ ଶିଖିବା ସମୟରେ ଏହାର ସୁପ୍ରଭାବ ଆମ ଶରୀରରେ ପଡ଼ିଥାଏ। ଜୀବନରେ ସୁଖଶାନ୍ତି ତଥା ଆନନ୍ଦର ଅନୁଭବ ନିମନ୍ତେ ଏହି ସ୍ୱରୂପକୁ ପୂଜା କରାଯାଇଥାଏ।


ମହାମୃତ୍ୟଞ୍ଜୟ – ଏହି ସ୍ୱରୂପକଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ପ୍ରଭୁ ଏହି ସ୍ୱରୂପରେ ଅମର କଳସି ଧରି ଭକ୍ତଙ୍କର ରକ୍ଷା କରିଥାଆନ୍ତି। ଏହି ସ୍ୱରୂପର ଉପାସନା କରି ଅକାଳ ମୃତ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ମନୋସ୍କାମନା ପୂରଣ ହୋଇଥାଏ। ପୂଜା ସମୟରେ ବେଲ ପତ୍ର ତଥା ଜଳ ଅର୍ପଣ କଲେ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories