www.samajalive.in
Sunday, December 14, 2025
19.1 C
Bhubaneswar

ମୋଦିଙ୍କ ଏକ କୋଟି ନିଯୁକ୍ତି ଯୁକ୍ତିକୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କୋଟି ବେକାରଙ୍କୁ ମିଳିଥିବା ନିଯୁକ୍ତି ସମ୍ପର୍କିତ ଯୁକ୍ତିକୁ ନେଇ ରାଜନୀତି ବେଶ୍‍ ଚଳଚଞ୍ଚଳ ହୋଇ ପଡ଼ିଛି। ୧୦ଅଗଷ୍ଟରେ ପ୍ରଧାନମନ୍ତ୍ରୀ ବିଶ୍ୱ ବାୟୋ-ଫୁଏଲ ଦିବସ ଅବସରରେ କହିଥିବା ଜଣେ ବ୍ୟକ୍ତିଙ୍କ କାହାଣୀକୁ ନେଇ ରାହୁଲ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଜଣେ ବ୍ୟକ୍ତି ନାଳରେ ପାଇପ ଲଗାଇ ସେଥିରୁ ନିର୍ଗତ ଗ୍ୟାସକୁ ବ୍ୟବହାର କରି ଚା’ ବିକ୍ରି କରୁଥିବା କାହାଣୀକୁ କଟାକ୍ଷ କରି କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ କଟାକ୍ଷ କରିଛନ୍ତି। କୋଟିଏ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିବା ସରକାରଙ୍କ ନିଯୁକ୍ତି ରଣନୀତି ଏବେ ଦେଶବାସୀ ଜାଣି ପାରିଛନ୍ତି। “ଅପରିସ୍କାର ନାଳରେ ପାଇପ୍‍ ଲଗାଇ ସେଥିରେ ପକୁଡ଼ି ଛାଣ’ ଏହା ହିଁ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ରଣନୀତି ବୋଲି ରାହୁଲ କଟାକ୍ଷ କରି ମନ୍ତବ୍ୟ ଦେଇଛନ୍ତି।ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସରକାରଙ୍କ କୌଣସି ଦୁର୍ବଳତାକୁ କ୍ଷମା କରିବାର ପରିସ୍ଥିତିରେ ନାହାନ୍ତି। ନିଯୁକ୍ତି ପ୍ରକ୍ରିୟା ହେଉ କିମ୍ବା ଗରୀବଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଆସିବାର ପ୍ରତିଶ୍ରୁତିକୁ ନେଇ ମୋଦୀଙ୍କୁ କଟୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି ରାହୁଲ। ରାହୁଲଙ୍କ ଏଭଳି ରଣନୀତି ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କଂଗ୍ରେସ କଡ଼ା ଟକ୍କର ଦେବ ଏହା ସ୍ଥିର ହୋଇଛି। ଅପରପକ୍ଷରେ କେବଳ ଭାଷଣ ଓ ବୟାନବାଜୀକୁ ପଥେୟ କରି ବିଜେପି କେତେଦୂର ଏଭଳି ଆକ୍ରମଣର ସାମ୍ନା କରି ପାରିବ ଏହା ୨୦୧୯ ନିର୍ବାଚନ ପରିଣାମ ପରେ ଜଣା ପଡ଼ିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories