www.samajalive.in
Monday, December 15, 2025
15.1 C
Bhubaneswar

କିମିଆ କଲା ବିଶ୍ୱ ବନ୍ଧୁତ୍ୱ ଦିବସ

ଜବଲପୁର: ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ କରିବାର ଭୂତ ମୁଣ୍ଡରେ ଏତେ ମାତ୍ରାରେ ମାତିଗଲା ଯେ, ଜଣେ ୧୦ମ ଶ୍ରେଣୀ ଛାତ୍ର ନିଜ ଘରୁ ଟଙ୍କା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି। ବିଶ୍ୱ ବନ୍ଧୁତ୍ୱ ଦିବସରେ ସାଙ୍ଗ ମାନଙ୍କ ପାଇଁ କିଛି ବଡ଼ କରିବାର ଅଭିପ୍ରାୟ ଏହି ଛାତ୍ରକୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ପ୍ରବର୍ତ୍ତାଇଛି ବୋଲି ପୁଲିସ ସନ୍ଦେହ କରୁଛି।
ଜବଲପୁର ସହରର ୧୦ମ ଶ୍ରେଣୀର ଏହି ଛାତ୍ରଜଣକ ଘର ଆଲମାରିରେ ଥିବା ୬୦ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ଏହି ଟଙ୍କା ସେ ନିଜ ପାଇଁ ଚୋରି କରିବା ପରିବର୍ତ୍ତେ ନିଜ ସାଙ୍ଗ ମାନଙ୍କ ପାଇଁ ବ୍ୟବହାର କରିଥିବା ପରବର୍ତ୍ତୀ ସମୟରେ ତଦନ୍ତରୁ ଜଣା ପଡ଼ିଥିଲା। ଜବଲପୁର ସହରର ପ୍ରମୁଖ ବିଲଡ଼ରଙ୍କ ଘରୁ ୬୦ଲକ୍ଷ ଟଙ୍କା ଚୋରି ହେବା ଘଟଣାର ତଦନ୍ତ କରିବାକୁ ଯାଇ ପୁଲିସ ଏଭଳି ଏକ ଘଟଣାର ପର୍ଦାଫାସ କରିଛି। ଗ୍ରାହକଙ୍କ ନିକଟରୁ ମିଳିଥିବା ଟଙ୍କା ବିଲଡର ଜଣକ ତାଙ୍କ ଘର ଆଲମାରିରେ ରଖିଥିଲେ। ଉକ୍ତ ଟଙ୍କାକୁ ଖୋଜିବାକୁ ଯାଇ ପ୍ରାରମ୍ଭିକ ତଦନ୍ତରେ ପୁଲିସକୁ ସନ୍ଦେହ ହୋଇଥିଲା। ବିଲଡରଙ୍କ ପୁଅ ନିକଟରେ ବେଶ୍‍ ଧୂମଧାମରେ ବିଶ୍ୱ ବନ୍ଧୁତା ଦିବସ ପାଳନ କରିଥିବା ଖବର ପାଇଁ ପୁଲିସ ତା’ର ତଦନ୍ତ ପରିସରକୁ ବିଲଡରଙ୍କ ପୁଅ ଆଡ଼କୁ ମୁହାଁଇ ଥିଲା। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ରଜଣକ ବନ୍ଧୁତା ଦିବସ ଅବସରରେ ତା’ର ଦୀନମଜୁରୀଆ ବନ୍ଧୁଙ୍କୁ ୧୫ଲକ୍ଷ ଟଙ୍କା ଉପହାର ସ୍ୱରୂପ ପ୍ରଦାନ କରିଥିôବା ଜଣା ପଡ଼ିଥିଲା। ଏପରିକି ଛାତ୍ରଙ୍କ “ହୋମୱାର୍କ’ କରୁଥିବା ଅନ୍ୟଜଣେ ସ୍କୁଲ ସହପାଠୀକୁ ୩ଲକ୍ଷ ଟଙ୍କା, ସ୍କୁଲ ଓ କୋଚିଂ ସେଣ୍ଟରେ ପଢୁଥିôବା ୩୫ଜଣ ସାଙ୍ଗକୁ ସ୍ମାର୍ଟଫୋନ ଓ କିଛି ବନ୍ଧୁଙ୍କୁ ରୂପା ହାର ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏପରିକି ଜଣେ ସାଙ୍ଗକୁ ନୂଆ କାର କିଣିବାକୁ ଟଙ୍କା ମଧ୍ୟ ଦେଇଥିଲେ ଏହି ଛାତ୍ର। ଘଟଣା ସମ୍ପର୍କରେ ଜଣା ପଡ଼ିବା ପରେ ବିଲଡର ଜଣକ ନିଜ ପୁଅକୁ ପଚାରି ଏକ ଚିଠା ପୁଲିସକୁ ପ୍ରଦାନ କରିଥିଲେ। ଏହି ଚିଠା ମୁତାବକ ପୁଲିସ ଅଦ୍ୟାବଧି ୧୫ଲକ୍ଷ ଟଙ୍କା ଆଦାୟ କରିବାରେ ସଫଳ ହୋଇଛି। ଦୀନ ମଜୁରୀଆ କାର୍ଯ୍ୟ କରୁଥିବା ସାଙ୍ଗ ଉକ୍ତ ଟଙ୍କା ପାଇବା ପରଠାରୁ ଫେରାର ହୋଇଯାଇଛି। ଅନ୍ୟ ସାଙ୍ଗମାନଙ୍କ ପରିବାରବର୍ଗଙ୍କୁ ଟଙ୍କା ଫେରାଇ ଦେବାକୁ ପୁଲିସ ତାଗିଦ କରିଛି। ଘଟଣାରେ ସମ୍ପୃକ୍ତ ସମସ୍ତେ ଛାତ୍ର ଓ ନାବାଳକ ହୋଇଥିôôବାରୁ ଏ ସମ୍ପର୍କରେ କୌଣସି ମାମଲା ରୁଜୁ ହୋଇ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories