www.samajalive.in
Monday, December 15, 2025
27.1 C
Bhubaneswar

ଆସନ୍ତାକାଲି ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର : କଡାକଡି ଭାବେ କୋଭିଡ-୧୯ ନିୟମ ପାଳନ ପାଇଁ ନିର୍ଦେଶ

ଭୁବନେଶ୍ବର : କାରୋନା କଟକଣା ମଧ୍ୟରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ଆସନ୍ତାକାଲି ରବିବାର ଦିନ ଖୋଲିବ । ତେବେ ଭୁବନେଶ୍ବର ମହାନଗର ନିଗମ(ସିଏମସି) ପକ୍ଷରୁ ଧାର୍ମୀକ ଅନୁଷ୍ଠାନ ଖୋଲିବା ସମୟରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ଗତ ୧୫ ତାରିଖର ବୈଠକ ଅନୁସାରେ ସିଏମସି ପକ୍ଷରୁ ମଧ୍ୟ ମାର୍ଗ ଦର୍ଶୀକା ଜାରି କରାଯାଇଛି।

ଶ୍ରୀ ଲିଙ୍ଗରାଜ ମନ୍ଦିର ପର୍ୟ୍ୟାୟକ୍ରମେ ଖୋଲିବ ଏବଂ କଡାକଡି ଭାବେ ମାର୍ଗ ଦର୍ଶୀକା ପାଳନ କରିବାକୁ କୁହାପାଇଛି। ଆସନ୍ତାକାଲି ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବ। ତେବେ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତ ପରିବାରକୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଜାନୁଆରୀ ପହିଲା ଓ ୨ ତାରିଖ ଦୁଇ ଦିନ ପାଇଁ ମନ୍ଦିର, ସେବାୟତଙ୍କ ପାଇଁ ମଧ୍ୟ ବନ୍ଦ ରହିବ। ତେବେ କେବଳ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ ଜାନୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନାଗରିକ ମାନଙ୍କୁ କଡାକଡି କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ। ତେବେ ନାଗରିକ ମାନଙ୍କୁ ଗତ ୫ ଦିନ ମଧ୍ୟରେ ପାଇଥିବା କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡିବ। ଜାନୁଆରୀ ୬ ତାରିଖ ଠାରୁ ରାଜ୍ୟ ଏବଂ ଦେଶର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ।
ସେହିପରି ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏକ ସମୟରେ ସିଂହଦ୍ବାର ଠାରୁ ଆଡକାଠ ପର୍ୟ୍ୟନ୍ତ ସର୍ବାଧିକ ୫୦୦ ଭକ୍ତଙ୍କୁ ଭିତରକୁ ଛଡାଟିବ । ଏହି ସମୟ ମଧ୍ୟରେ ସ୍ନାନ ଦର୍ଶନ ଓ ଗର୍ଭଗୃହ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ପରବର୍ତ୍ତି ସମୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବାଧିକ ଭକ୍ତଙ୍କୁ ଭିତରକୁ ଛଡାଟିବା ସଂପର୍କରେ ନିଷ୍ପତ୍ତି ନିଆଯିବ।
ବିଏମସି ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଟିଂ କରି ପୁଲିସକୁ ହସ୍ତାନ୍ତର କରାଯିବ। ପୁଲିସ ଏହାକୁ ନିୟନ୍ତ୍ରଣ କରିବା ସହ କଟକଣା ମଧ୍ୟରେ ଜନସାଧାରଣ ଯାତାୟତ ନିୟନ୍ତ୍ରଣ କରିବ।
ଜାନୁଆରୀ ୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂ କେନ୍ଦ୍ର, ଆଣ୍ଟିଜେନ ଟେଷ୍ଟ କେନ୍ଦ୍ର ଦୁଇଟି ବ୍ୟାଚରେ ସକାଳ ୭ଟାରୁ ୧୦ ଯାଏ ଖୋଲା ରହିବ। ସେବାୟତ, ଡ୍ୟୁଟିରେ ଥିବା ପୁଲିସ କର୍ମଚାର, ଫୁଲ ବିକାଳୀ ଏବଂ ସାମର୍ଥ ସେବକମାନଙ୍କର ଆଣ୍ଟିଜେନ ଟେଷ୍ଟକୁ ବାଧ୍ୟତା ମୂଳକ କରାଯାଇଛି।
ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସଠିକ ଭାବେ ମାସ୍କ ପିନ୍ଧିବା ଏବଂ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ହାତଧୁଆ ଏବଂ ସାନିଟାଇଜର ବ୍ୟବସ୍ଥା କରାଯିବ। ପାନ, ଗୁଟୁକା ଖାଇବା ଏବଂ ମନ୍ଦିର ଭିତରେ ଓ ବାହାରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି।
ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶକୁ ବାରଣ କରାଯାଇଛି। ଭାରତ ସରକାରଙ୍କ ନିୟମ ଅନୁସାରେ ବିଦେଶରୁ ପେରିଥିବା ବ୍ୟକ୍ତି କ୍ବାରେଣ୍ଟାଇନ ଓ ଆଇସୋଲେସନର ଅବଧି ଶେଷ କରିବା ପରେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ।
ସମସ୍ତ ମାର୍ଗଦର୍ଶୀକାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଥିବା ବେଳେ ଏଥିରେ ଖିଲାପ କଲେ ବ୍ୟକ୍ତିଗତ କାର୍ୟ୍ୟନୁଷ୍ଠାନ ଏବଂ ମନ୍ଦିର ଖୋଲିବା ନିଷ୍ବତ୍ତିର ପୁନଃର୍ବିଚାର କରାଯାଇପାରେ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories