www.samajalive.in
Saturday, December 6, 2025
23.1 C
Bhubaneswar

କନ୍ଧମାଳର ୪ ସ୍ୱାସ୍ଥ୍ୟକେନ୍ଦ୍ର ପାଇଲେ ଆଇଏସଓ ପ୍ରମାଣପତ୍ର

ଫୁଲବାଣୀ: କନ୍ଧମାଳ ଜିଲାର ୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି ଆନ୍ତର୍ଜାତୀୟ ଆଇଏସଓ-୯୦୦୧;୨୦୧୫ ପ୍ରମାଣପତ୍ର। ଏହି ୪ଟି ସ୍ୱସ୍ଥ୍ୟକେନ୍ଦ୍ର ହେଲା ଜି.ଉଦୟଗିରି ସିଏଚସି, ଫିରିଙ୍ଗିଆ ସିଏଚସି, ଟିକାବାଲି ସିଏଚସି ଓ ଗୋଚ୍ଛାପଡା ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର। ଏହା କନ୍ଧମାଳ ଜିଲା ସ୍ୱସ୍ଥ୍ୟ ବିଭାଗ ପାଇଁ ଏକ ଗର୍ବର ବିଷୟ ବୋଲି କୁହାଯାଇଛି। ଏଭଳି ପ୍ରମାଣପତ୍ର ଦେଉଥିବା ଆନ୍ତର୍ଜାତୀୟ ସଂସ୍ଥା ଜିଲାର ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହିସବୁ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥା, ପରିମଳ ଓ ରୋଗିସେବାକୁ ବିଚାର କରି ଏହି ପ୍ରମାଣପତ୍ର ଦିଆଯାଇଛି ବୋଲି ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଡଃ ରାଜଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହା କନ୍ଧମାଳ ଜିଲା ପାଇଁ ଏକ ଗର୍ବର ବିଷୟ ହୋଇଥିବା ସହ ଏହା ଦ୍ୱାରା ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରମାନେ ମଧ୍ୟ ଉତ୍ସାହିତ ହେବେ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ଅଭିନନ୍ଦନ ଦିଆଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories