www.samajalive.in
Monday, December 15, 2025
17.1 C
Bhubaneswar

କାର୍ଯ୍ୟରେ ବାଧା ଉପୁଜିଥିଲେ, ଏପରି କରନ୍ତୁ ଶନିଦେବଙ୍କ ଆରାଧନା

ମାନ୍ୟତା ରହିଛି ଯେ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେଲେ ଶନିଦେବଙ୍କ ଆରାଧନା କରିବା ଉଚିତ୍। ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ବିଗିଡି ଯାଇଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥାଏ। ଏହା ସହ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ। ଶନିଦେବ ମଣିଷଙ୍କ କର୍ମ ଏବଂ କର୍ମର ଫଳ ସହ ସମ୍ବନ୍ଧ ରଖିଥାନ୍ତି। ଶନି ଦେବଙ୍କ କୃପା ବିନା ବିବାହ ହୋଇନଥାଏ ଏବଂ ସନ୍ତାନ ପ୍ରାପ୍ତିର ଖୁସୀ ମିଳି ନଥାଏ। ତେବେ ଆସନ୍ତୁ ଜାଣିବା ଶନିଦେବଙ୍କୁ ପ୍ରସନ୍ନ କରିବାର କିଛି ବିଶେଷ ଉପାୟ
ଏପରି କରନ୍ତୁ ଶନିଦେବଙ୍କ ପୂଜା
ଶନିବାର ସୂର୍ଯ୍ୟ ଉଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହା ଦ୍ବାରା ବିଶେଷ ଲାଭ ମିଳିଥାଏ।
କଳା ବା ନୀଳ ରଙ୍ଗର ଆସନ ଉପରେ ବସି ରାଶି ତେଲର ଦୀପ ଜଳାନ୍ତୁ।
ପଶ୍ଚିମ ଦିଗକୁ ମୁହଁ କରି ଦୀପ ଜଳାନ୍ତୁ ଓ ପ୍ରଣାମ କରନ୍ତୁ।
ଲଗାତର ୭ ଥର ଶନିସ୍ତୋତ୍ର ପାଠ କରନ୍ତୁ।
ଏପରି ସକାଳେ ଓ ସନ୍ଧ୍ୟାରେ ଲଗାତର ଭାବେ ୨୭ ଦିନ ଯାଏ କରନ୍ତୁ।
ନିଜ ସମସ୍ୟା ଦୂର ପାଇଁ ଶନିଦେବଙ୍କୁ ପ୍ରାର୍ଥନା କରନ୍ତୁ।
ଶନିଦେବଙ୍କ ପୂଜା ବେଳେ ଆପଣାନ୍ତୁ ଏହି ସାବଧାନତା
ଶନିଦେବଙ୍କ ପୂଜା ସର୍ବଦା ସୂର୍ଯ୍ୟ ଉଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ କରନ୍ତୁ।
ଶନିଦେବଙ୍କ ପୂଜା ବେଳେ ସର୍ବଦା ପରିସ୍କାର ପୋଷାକ ପରିଧାନ କରନ୍ତୁ।
ଶନିଦେବଙ୍କ ପୂଜା ପାଠରେ ସର୍ବଦା ସୋରିଷ ବା ରାଶି ତେଲ ବ୍ୟବହାର କରନ୍ତୁ।
ଶନିଦେବଙ୍କ ପୂଜା ସର୍ବଦା ଶାନ୍ତ ମନରେ କରନ୍ତୁ।
ଅଶ୍ବତ୍ଥ ବୃକ୍ଷ ତଳେ ଶନିଦେବଙ୍କ ପୂଜା କରନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories