www.samajalive.in
Monday, December 8, 2025
27.1 C
Bhubaneswar

ସମସ୍ୟା ସମାଧାନର ପାଇଁ ଡ଼ାକ୍ତରଖାନାରେ ତାଲା ପକାଇଲେ ସ୍ଥାନୀୟଲୋକେ

ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ସରକାରୀ ଡ଼ାକ୍ତରଖାନାର ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ପରିସ୍ଥିତି ଜଟିଳ ହେବାକୁ ଲାଗିଛି। ଏହାକୁ ନେଇ ଶନିବାର ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ୟା ସମାଧାନର ଦାବି ନେଇ ଡ଼ାକ୍ତରଖାନାରେ ସ୍ଥାନୀୟଲୋକେ ତାଲା ପକାଇଛନ୍ତି। ନିୟମ ଅନୁଯାୟୀ ଉକ୍ତ ହସ୍ପିଟାଲରେ ୨୪ ଘଣ୍ଟା ଖୋଲା ରଖାଯିବା ସହ ଡ଼ାକ୍ତରଖାନାରେ ସବୁ ସମୟରେ ଡ଼ାକ୍ତର, ଫାର୍ମାସିଷ୍ଟ ଓ ନର୍ସମାନେ ଉପସ୍ଥିତ ରହି ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା କରିବେ। ମାତ୍ର ସ୍ଥାନୀୟଲୋକଙ୍କ ଅଭିଯୋଗ ଅନୁଯାୟୀ, ଡ଼ାକ୍ତରଖାନାରେ କେହି ସ୍ଥାୟୀ ଡ଼ାକ୍ତର ନଥିବା ସହ ଡ଼ାକ୍ତର ଓ ଫାର୍ମାସିଷ୍ଟ ବିଳମ୍ବରେ ଆସି ସମୟ ପୂର୍ବରୁ ଯାଉଛନ୍ତି। ଫଳରେ ଏହି ଡ଼ାକ୍ତରଖାନାରେ ନିର୍ଭର କରୁଥିବା ରୋଗୀମାନେ ହଇରାଣ ହରକତ ହେଉଛନ୍ତି। ଏହାସହ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଡ଼ାକ୍ତରଖାନା ଖୋଲା ନଯିବାରୁ ଏହାର ପ୍ରତିବାଦରେ ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବି ନେଇ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଡ଼ାକ୍ତରଖାନାରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories