ଗୋଲମରିଚର ଏପରି ବ୍ୟବହାର ଦୂର କରେ ବହୁ ସମସ୍ୟା
ବହୁ ସମୟରେ ଏପରି ଦେଖାଯାଏ, ବାରମ୍ବାର ଚେଷ୍ଟା କଲେ ମଧ୍ୟ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବା ସହ ସଫଳତା ମିଳିନଥାଏ। ରୋଷେଇ ଘରେ ଥିବା ଏକ ଛୋଟିଆ ଜିନିଷକୁ ବ୍ୟବହାର କରି ଏଭଳି ସମସ୍ୟାର ସମାଧାନ କରିପାରିବା। ଯାହା ଦ୍ବାରା କାର୍ଯ୍ୟରେ ବାଧା ଦୂର ହେବା ସହ ସୁଖସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ସେଭଳି କିଛି ସରଳ ଉପାୟ ….
ବାରମ୍ବାର କାର୍ଯ୍ୟ ରେ ଅସଫଳତା ମିଳୁଥିଲେ ଘରୁ ବାହାରକୁ ଯାଉଥିବା ସମୟରେ ଘରର ମୁଖ୍ୟ ଦ୍ବାରରେ ଅଳ୍ପ ଗୋଲମରିଚ ରଖନ୍ତୁ। ତା’ଉପରେ ପାଦ ରଖି ଯାଆନ୍ତୁ। ଏପରି କରିବା ଦ୍ବାରା କାର୍ଯ୍ୟ ରେ ସଫଳତା ମିଳିଥାଏ।
ଅଳ୍ପ କିଛି ଗୋଲମରିଚକୁ ଏକ ଦୀପରେ ରଖି ଦୀପ ଲଗାନ୍ତୁ ଓ ଘରର ଏକ କୋଣରେ ରଖନ୍ତୁ। ଏପରି କରିବା ଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।
ଗୋଲମରିଚ ଶନିଙ୍କ ଦୋଷ ମଧ୍ୟ ଦୂର କରିଥାଏ। ଏକ କଳା ରଙ୍ଗର କପଡ଼ାରେ କିଛି ଗୋଲମରିଚ ଓ ପଇସା ବାନ୍ଧି ଏହାକୁ ଦାନ ଦିଅନ୍ତୁ।
୫ଟି ଗୋଲମରିଚ ନେଇ ଘରର ବାହାରେ ୪ଟିକୁ ଚାରି ଦିଗରେ ଓ ଗୋଟିଏ ଉପରକୁ ପକାଇ ପଛକୁ ନଦେଖି ପଳାଇ ଆସନ୍ତୁ। ଏପରି କରିବା ଦ୍ବାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ।
Comments are closed.