ସମାଜ ପୋର୍ଟାଲ ଡେସ୍କ: ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ମେ ୨ରେ ଓଡିଶାର ଦକ୍ଷିଣ ଉପକୂଳର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମେ ୩ ଓ ୪ରେ ଓଡିଶା ଉପକୂଳର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ସେହିପରି ଫନି ପ୍ରଭାବରେ ମେ ୨ରେ ଓଡିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ଓ ମେ ୩ ସକାଳ ବେଳକୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୦ରୁ ୭୦କିମି ଓ ସର୍ବାଧିକ ୮୫ କିମିରେ ପହଞ୍ଚିବାର ସମ୍ଭାବନା ରହିଛି। ୨୪ ଘଂଟା ପର୍ଯ୍ୟନ୍ତ ପବନର ବେଗ ବୃଦ୍ଧି ପାଇ କ୍ରମଶଃ ହ୍ରାସ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମେ ୨ରୁ ୪ ମଧ୍ୟରେ ସମୁଦ୍ର ଗଭୀର ଭାବେ ଅଶାନ୍ତ ରହିବ। ତେଣୁ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରିଆସିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଜାରି କରିଛି।



