ମୃତ୍ୟୁର ୭ ମିନିଟ୍ ପୂର୍ବରୁ ମସ୍ତିଷ୍କ ହୋଇଯାଏ ସକ୍ରିୟ, ମନେପଡେ ଅତୀତର ଏହି ସ୍ମୃତି

ନୂଆଦିଲ୍ଲୀ : ମୃତ୍ୟୁର ୭ ମିନିଟ୍ ପୂର୍ବରୁ ମସ୍ତିଷ୍କ ଅଚାନକ ସକ୍ରିୟ ହୋଇଯାଏ । ବୈଜ୍ଞାନିକମାନେ ଏନେଇ ଅନେକ ଗବେଷଣା କରିଛନ୍ତି । ଅଧ୍ୟୟନରୁ ଜଣାପଡିଛି କି ମୃତ୍ୟୁ ପୂର୍ବର କିଛି କ୍ଷଣରେ ମସ୍ତିଷ୍କରେ ଅତି ସୁକ୍ଷ୍ମ ତରଙ୍ଗ ଖେଳିଥାଏ । ଖାସ୍ କଥା ହେଉଛି କି ଏହି ଚେତନା ମୃତ୍ୟୁର କିଛି ସମୟ ପୂର୍ବରୁ ମସ୍ତିଷ୍କରେ ପରିଲକ୍ଷିତ ହୋଇଥାଏ ।

ଗବେଷଣାରୁ ଜଣାପଡିଛି କି ମୃତ୍ୟୁ ପୂର୍ବରୁ ଶେଷ କ୍ଷଣରେ ମସ୍ତିଷ୍କର ଗତିବିଧି ତୀବ୍ର ହୋଇଯାଏ । କିଛି ଅଧ୍ୟୟନରେ ଏହା ମଧ୍ୟ ଜଣାପଡିଛି କି ଏହି ଗତିବିଧି ପ୍ରାୟତଃ ସ୍ବପ୍ନ ଦେଖିବା କିମ୍ବା ପୁରୁଣା ସ୍ମୃତିକୁ ମନେ ପକାଇବା ସହ ସମାନ । ଏହି ୭ ମିନିଟ୍ ମଧ୍ୟରେ ସ୍ବପ୍ନ ଭଳି ଅତୀତର ଅନେକ ସ୍ମୃତି ମସ୍ତିଷ୍କରେ ଫିଲ୍ମ ଭଳି ଚାଲେ ବା ଆଖି ସାମ୍ନାକୁ ଅତି ତୀବ୍ର ଗତିରେ ଚାଲିଆସେ । ଯେଭଳି କୌଣସି ସ୍ବପ୍ନ ଦେଖିବା ସମୟରେ ଆମେ ତାକୁ ଜୀବନ୍ତ ବୋଲି ଅନୁଭବ କରିଥାଉ କିନ୍ତୁ ପରେ ନିଦ ଭାଙ୍ଗିଲେ ଏହା ସ୍ବପ୍ନ ବୋଲି ଜଣାପଡେ ଠିକ୍ ସେମିତି ମୃତ୍ୟୁ ପୂର୍ବର ସେହି କିଛି କ୍ଷଣରେ ମସ୍ତିଷ୍କକୁ ଆସୁଥିବା ଗତିବିଧି ବା ସ୍ମୃତି ଜୀବନ୍ତ ଭଳି ଲାଗିଥାଏ ।

ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଏହି ୩ଟି ଗଛ ; ଖାଲି ହେବ ପର୍ସରୁ ଟଙ୍କା..

ମୃତ ଘୋଷିତ ହେବା ପରେ ମଧ୍ୟ ମସ୍ତିଷ୍କ ପ୍ରାୟ ୭ ମିନିଟ୍ ପର୍ଯ୍ୟନ୍ତ କାମ କରିଥାଏ । କାନାଡାର କିଛି ଡାକ୍ତର କୁହନ୍ତି କି ଜଣେ ରୋଗୀର ମୃତ୍ୟୁ ପରେ ମଧ୍ୟ ତା ମସ୍ତିଷ୍କ ସକ୍ରିୟ ଥିବା ସେମାନେ ଦେଖିବାକୁ ପାଇଥିଲେ । ମସ୍ତିଷ୍କରୁ ତରଙ୍ଗ ଏପରି ବାହାରୁଥିଲା ଯେପରି ରୋଗୀଜଣକ ଜୀବିତ ଅଛି ଏବଂ ଶୋଇଛି । କିନ୍ତୁ ସେତେବେଳକୁ ରୋଗୀର ଶ୍ବାସକ୍ରିୟା ବନ୍ଦ ହୋଇଯାଇଥିଲା । ତେବେ ଗବେଷକମାନେ ଏହା ଜାଣିବାକୁ ପାଇଛନ୍ତି କି ମୃତ୍ୟୁବେଳକୁ ସମସ୍ତଙ୍କୁ ଏକ ପ୍ରକାର ଅନୁଭବ ହୋଇନପାରେ, ଏହା ଭିନ୍ନ ଭିନ୍ନ ମଧ୍ୟ ହୋଇପାରେ ।

ଗବେଷକମାନେ ମୃତ୍ୟୁର ଶେଷ ୭ ମିନିଟ୍ ପର୍ଯ୍ୟନ୍ତ ମସ୍ତିଷ୍କର ଗତିବିଧି ଦେଖିଥିଲେ । ଏହା ଦେଖାଯାଇଥିଲା କି କେତେ ଅମ୍ଳଜାନ ମସ୍ତିଷ୍କକୁ ପ୍ରବେଶ କରୁଛି ଏବଂ କେତେ ବାହାରୁଛି । ରୋଗୀ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟେଙ୍ଗ କିଭଳି କାର୍ଯ୍ୟ କରୁଛନ୍ତି । ଏସବୁ ପରୀକ୍ଷା ନୀରିକ୍ଷା ପରେ ଜଣା ପଡିଥିଲା କି ହୃତପିଣ୍ଡ କାମ କରିବା ବନ୍ଦ ହେବା ପରେ ବା ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେବା ପରେ ମଧ୍ୟ ଚେତନା କାମ କରିଥାଏ ।

ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..

ଶେଷ ୭ ମିନିଟରେ କ’ଣ ହୋଇଥାଏ ?

ଗବେଷଣାରୁ ଜଣାପଡିଛି କି ସେହି ୭ ମିନିଟରେ କଣ ସବୁ ହୋଇଥାଏ । ଗବେଷକଙ୍କ ଅନୁସାରେ ପ୍ରଥମ ମିନିଟରେ ଜୀବନର ସବୁ ଗୁରୁତ୍ବପୂର୍ଣ୍ଣ ବା ଖାସ୍ କଥା ମନେ ପଡିଥାଏ । ସାଧାରଣତଃ ମହିଳା ଏହି ସମୟରେ ନିଜ ପ୍ରସବ କଥା ମନେ ପକାଇଥାନ୍ତି ଏବଂ ଡାକ୍ତର ସହିତ ନିଜ ପିତା-ମାତାଙ୍କ ମୁହଁ ଆଖି ସାମ୍ନାକୁ ଆସିଥାଏ । ଦ୍ବିତୀୟ ମିନିଟରେ ପିଲାଦିନ ବା ସ୍କୁଲ ଦିନ କଥା ମନେ ପଡିଯାଏ । ସାଙ୍ଗ ହୋଇ ଖେଳ କୁଦର ଦୃଶ୍ୟ ଆଖି ଆଗରେ ଝଲସିଯାଏ । ତୃତୀୟ ମିନିଟରେ ନିଜ ଖାସ୍ ଲୋକ ବା ଜୀବନସାଥି କଥା ମନେ ପଡିଥାଏ । ଏହା ପରେ ବ୍ୟକ୍ତିର ଜୀବନର କିଛି ଚମତ୍କାରୀ ମୁହୂର୍ତ୍ତ ଦେଖାଯାଏ । ତା ପର ମିନିଟରେ ବ୍ୟକ୍ତିର କାର୍ଯ୍ୟ ସମ୍ପର୍କରେ, ବ୍ୟକ୍ତି ନିଜ ଚରିତ୍ର ମୂଲ୍ୟାଙ୍କନ କରିଥାଏ । ତେବେ ଶେଷ ମୁହୂର୍ତ୍ତ ଏବେ ବି ରହସ୍ୟ ଘେରରେ ରହିଛି । କୁହାଯାଏ କି ଏହା ପରେ ଆତ୍ମା ଶରୀର ଛାଡି ଚାଲିଯାଏ । ସେହି ଶେଷ ମୁହୂର୍ତ୍ତରେ ମସ୍ତିଷ୍କରେ କଣ ଚାଲିଥାଏ ତାହା କେବଳ ସେ ହିଁ ଅନୁଭବ କରିପାରିବ ।

ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

Comments are closed.