www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରାର୍ଥୀପତ୍ର ଦାଖଲ କଲେ ଅମିତ ଶାହ: କହିଲେ- ଏହା ମୋ ପାଇଁ ଗର୍ବର ବିଷୟ..

ଅହମ୍ମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଶାହଙ୍କ ସହ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଗାନ୍ଧୀନଗର ଆସନରେ ତୃତୀୟ ପର୍ଯ୍ୟାୟ ମେ’ ୭ ତାରିଖରେ ମତଦାନ ହେବ।

ପ୍ରାର୍ଥୀପତ୍ର ଦାଖଲ ପରେ ଶାହ କହିଛନ୍ତି, ଯେଉଁ ଆସନରୁ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରତିନିଧିତ୍ଵ କରିଥିଲେ ସେହି ଆସନରୁ ଲଢିବା ମୋ ପାଇଁ ଗର୍ବର ବିଷୟ। ପ୍ରଧାନମନ୍ତ୍ରୀ ମୋଦୀ ଏଠାକାର ମତଦାତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ଜନସାଧାରଣଙ୍କ ପାଇଁ ବହୁତ କାମ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଆସନରେ ୮ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ ପାଇଥିଲେ। ୨୦୧୯ରେ ଶାହଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଥିଲେ କଂଗ୍ରେସ ପ୍ରାର୍ଥୀ ଡ. ସିଜେ ଚାୱଡା। ତାଙ୍କୁ ପ୍ରାୟ ୩ ଲକ୍ଷ ଭୋଟ୍ ମିଳିଥିଲା। ଏହି ଆସନରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଆଡ଼ଭାନୀଙ୍କ ରେକର୍ଡ଼ ଭାଙ୍ଗିଥିଲେ ଶାହ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories