www.samajalive.in
Tuesday, December 9, 2025
16.1 C
Bhubaneswar

କେବେ ଆସିବ କରୋନା ଟୀକା ‘‘କୋଭିସିଲ୍ଡ଼’’; ସ୍ପଷ୍ଟ କଲା ପ୍ରସ୍ତୁତକାରୀ ସଂସ୍ଥା ସିରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଦେଶରେ ୭୩ ଦିନ ମଧ୍ୟରେ କରୋନା ଟୀକା ‘‘କୋଭିସିଲ୍ଡ଼’’ ମିଳିଯିବ ବୋଲି ଚର୍ଚା ହେଉଛି । ଏହାକୁ ନେଇ ଲୋକମାନେ ଆଶାବାଦୀ ହୋଇ ପଡ଼ିଛନ୍ତି । ଏହି ପରିସ୍ଥିତିରେ କୋଭିସିଲ୍ଡ଼ର ପ୍ରସ୍ତୁତକର୍ତା ପୁନେର ସିରମ ଇନଷ୍ଟିଚ୍ୟୁଟ୍ ବଡ଼ ବୟାନ ଦେଇଛି । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସରକାର କେବଳ ଭବିଷ୍ୟତରେ ବ୍ୟବହାର ହେବା ନିମନ୍ତେ  ଟୀକା ଉତ୍ପାଦନ ଓ ଗଚ୍ଛିତ ରକିବାକୁ ଅନୁମତି ଦେଇଛନ୍ତି । କୋଭିସିଲ୍ଡ଼ କେବେ ବଜାରରେ ମିଳିବ ତାହା ସବୁ ପରୀକ୍ଷଣ ଶେଷ ପରି କୁହାଯାଇ ପାରିବ । ପରୀକ୍ଷଣ ଶେଷ ହେବା ପରେ ସଫଳତା ଆଧାରରେ ଦେଶର ନିୟନ୍ତ୍ରକ ଏ ସମ୍ପର୍କରେ ଅନୁମତି ଦେବା ପରେ ତାହା ବଜାରରେ ଉପଲବ୍ଧ ହୋଇ ପାରିବ ବୋଲି ସିରମ ପକ୍ଷରୁ କୁହାଯାଇଛି ।


କିଛି ଗଣମାଧ୍ୟମରେ ଆସନ୍ତା ୭୩ ଦିନ ମଧ୍ୟରେ କରୋନା ଟୀକା କୋଭିସିଲ୍ଡ଼ ବଜାରରେ ଉପଲବ୍ଧ ହେବ ବୋଲି ପ୍ରକାଶ ପାଇଛି । ମାତ୍ର କମ୍ପାନୀ ପକ୍ଷରୁ ଏହାକୁ ଗୁଜବ ବୋଲି କୁହାଯାଇଛି। ମାତ୍ର ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଯାଇ ଟୀକା ବଜାରକୁ ଛଡ଼ାଯିବ ବୋଲି କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି କମ୍ପାନୀ ପକ୍ଷରୁ ଟ୍ବିଟ୍ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବର୍ତମାନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଛି, ଏହା ଶେଷ ପରେ ଯାଇ କିଛି କୁହାଯାଇ ପାରିବ ବୋଲି କମ୍ପାନୀ କହିଛି ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories