www.samajalive.in
Monday, December 15, 2025
24.1 C
Bhubaneswar

ତାମିଲନାଡୁ ମନ୍ତ୍ରୀ ବାଲାଜୀଙ୍କ ଭାଇ ଗିରଫ

ଚେନ୍ନଇ : ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଭାଇ ଅଶୋକ ବାଲାଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଛି। ଅଶୋକଙ୍କୁ ଜେରା ନିମନ୍ତେ ଇଡି ବାରମ୍ବାର ସମନ ଜାରି କରିଥିବାବେଳେ ସେ ଏହାକୁ ଏଡାଇ ଚାଲିଥିଲେ। ଚାକିରି ପାଇଁ ଲାଞ୍ଚ ମାମଲାରେ ମନ୍ତ୍ରୀ ସେନ୍ଥିଲଙ୍କୁ ଗତ ଜୁନ୍‌ ୧୪ରେ ଇଡି ଗିରଫ କରିଥିଲା। ଏବେ ସେ ପୁଜହାଲ କେନ୍ଦ୍ରୀୟ ଜେଲ୍‌ରେ ଅଛନ୍ତି। ଏବେ ସେନ୍ଥିଲଙ୍କ ଭାଇ ଅଶୋକକୁ ଇଡି ଗିରଫ କରିଛି। ଚାକିରି ପାଇଁ ଲାଞ୍ଚ ମାମଲାରେ ଇଡି ସେନ୍ଥିଲଙ୍କ ବିରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ଅଗଷ୍ଟ ୧୦ରେ ଇଡି ଅଶୋକଙ୍କ ପତ୍ନୀ ନିର୍ମଳାଙ୍କର ସମ୍ପତ୍ତିକୁ ଜବତ କରିଥିଲା। ସେନ୍ଥିଲଙ୍କୁ ମୁକ୍ତ କରିବା ଲାଗି ଡିଏମକେ ପକ୍ଷରୁ କରାଯାଇଥିବା ଆବେଦନକୁ ଅଗଷ୍ଟ ୭ରେ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଥିଲେ। ଜାମିନ ଆଗ୍ରାହ୍ୟ ପରେ ଅଦାଲତ ତାଙ୍କୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories