www.samajalive.in
Monday, December 15, 2025
15.1 C
Bhubaneswar

ହରିୟାଣାକୁ ହରାଇ ସେମିରେ ଓଡ଼ିଶା

କଟକ: ବିସିସିଆଇ ଆନ୍ତଃରାଜ୍ୟ ବରିଷ୍ଠ ମହିଳା ଟ୍ବେଣ୍ଟି୨୦ ଟ୍ରଫି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଓଡ଼ିଶା ମହିଳା କ୍ରିକେଟ୍‌ ଦଳ ପ୍ରବେଶ କରିଛି। ଶନିବାର ଗୁଜରାଟର ସୁରଟ୍‌ରେ ଖେଳା ଯାଇଥିବା କ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଶେଫାଳି ବର୍ମା ନେତୃତ୍ବାଧୀନ ହରିୟାଣାକୁ ୧୩ ରନ୍‌ରେ ଓଡ଼ିଶା ପରାସ୍ତ କରିଛି। ମାଧୁରୀ ମେହେଟ୍ଟାଙ୍କ ଦର୍ଶନୀୟ ଅର୍ଦ୍ଧଶତକ ଓ ପ୍ରଜ୍ଞା ପାରମିତା ମହାନ୍ତିଙ୍କ ଦ୍ରୁତ ୩୦ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୬ ୱିକେଟରେ ୧୫୧ ରନ୍‌ କରିଥିଲା। ପରେ ସୁଜାତା ମଲ୍ଲିକ ଓ ରାସନ୍ନାରା ପରୱିନ୍‌ଙ୍କ ବୋଲିଂ ସଫଳତା ଯୋଗୁଁ ହରିୟାଣା ୨୦ ଓଭର ଶେଷରେ ୮ ୱିକେଟରେ ୧୩୮ ରନ୍‌ କରି ପାରିଥିଲା। ଓଡ଼ିଶା ଲିଗ୍‌ ପର୍ଯ୍ୟାୟରେ ୫ଟିଯାକ ମ୍ୟାଚ୍‌ ଜିତିଥିବା ବେଳେ ଏହା ଓଡ଼ିଶାର କ୍ରମାଗତ ୬ଷ୍ଠ ବିଜୟ। ସୋମବାର ରେଳବାଇ ବିପକ୍ଷରେ ଓଡ଼ିଶା ସେମିଫାଇନାଲ ମ୍ୟାଚ୍ ଖେଳିବ।

ହରିୟାଣା ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। ଓଡ଼ିଶାର ଓପ୍‌ନର ଚମତ୍କାର ବ୍ୟାଟିଂକରି ୬ଷ୍ଠ ଓଭରରେ ୩୩ ରନ୍‌ର ଭାଗିଦାରୀ କରିଥିଲେ। କାଜଲ ଜେନା ୨୦ ବଲ୍‌ରୁ ୪ଟି ଚୌକା ସହ ୨୨ ରନ୍‌କରି ଆଉଟ ହୋଇଥିଲେ। ସରିତା ମେହେର ଖାତା ଖୋଲି ପାରିନଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ୧୪ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍‌ କରିଥିଲେ। ୪ର୍ଥ ୱିକେଟ ପାଇଁ ମାଧୁରୀ ଓ ପ୍ରଜ୍ଞା ପାରମିତା ମହାନ୍ତି ୭ ଓଭରରେ ୬୫ ରନ୍‌ ଯୋଡ଼ିଥିଲେ। ପ୍ରଜ୍ଞା ୧୯ ବଲ୍‌ରୁ ୪ଟି ଚୌକା ସହ ୩୦ ରନ୍‌ କରିଥିଲେ। ୧୯ଶ ଓଭର​‌େ​‌ର ଆଉଟ୍‌ ହୋଇଥିବା ମାଧୁରୀ ମେହେଟ୍ଟା ୫୫ ବଲ୍‌ରୁ ୮ଟି ଚୌକା ସହ ୬୬ ରନ୍‌ କରିଥିଲେ। ହରିୟାଣାର ଆନ୍ତର୍ଜାତିକ ବୋଲର ମାନସୀ ଜୋଶୀ ୨ଟି ୱିକେଟ ନେଇଥିଲେ। ୧୫୨ ରନ୍‌ ଲକ୍ଷ୍ୟରେ ହରିୟାଣା ଅଧିନାୟିକା ତଥା ବିଶ୍ବପ୍ରସିଦ୍ଧ ଓପ୍‌ନର ଶେଫାଳି ବର୍ମା ୨ ରନ୍‌କରି ସୁଜାତା ମଲ୍ଲିକଙ୍କ ଶିକାର ହୋଇଥିଲେ। ରିମା ସିସୋଦିଆ ୧୮ ବଲ୍‌ରୁ ୫ଟି ଚୌକା ସହ ୨୭ ରନ୍‌ କରିଥିଲେ। ଶେଷଆଡ଼କୁ ସୁମନ ଗୁଲିଆ ୨୨ ବଲ୍‌ରୁ ୪ଟି ଚୌକା ସହ ଦ୍ରୁତ ୩୧ ରନ୍‌ କରିଥିଲେ। ସୋନିଆ ମେନ୍ଧିଆ ୧୭, ଶୀତଳ ରାଣା ୧୬ ଓ ଭାବନା ଓହ୍‌ଲାନ୍ ୧୩ ରନ୍‌ କରିଥିଲେ। ସୁଜାତା ମଲ୍ଲିକ ଓ ରାସନ୍ନାରା ପରୱିନ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories