www.samajalive.in
Monday, December 15, 2025
17.1 C
Bhubaneswar

ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଜିଲା ରାଜସ୍ୱ ସମୀକ୍ଷା ବୈଠକ

ନବରଙ୍ଗପୁର: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଭାଷୀ ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ,ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇଜିଆର, ଭୂଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ, ଏନଆଇସିର ବରିଷ୍ଠ ଅଧିକାରୀ, . ଜିଲାପାଳ, ଅତିରିକ୍ତ ଜିଲାପାଳ. ଉପଜିଲାପାଳ , ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜିମ ଗ୍ରହଣ ଅଧିକାରୀ, ସମସ୍ତ ତହସିଲଦାର ଓ କ୍ଷେତ୍ରଅଧିକାରୀ ମାନେ ଯୋଗଦେଇଥିଲେ। ଅତିରିକ୍ତ ମୁଖ୍ୟଶାସନସଚିବ ଜୟପୁର ଠାରୁ ନବରଙ୍ଗପୁର ନୂତନ ବ୍ରଡଗେଜ ରେଳପଥ ନିର୍ମାଣ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୌଣସି ସରକାରୀ ପ୍ରକଳ୍ପ ରେଳପଥ, ଜାତୀୟରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ବିଳମ୍ବ ନକରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସରକାରୀ ପ୍ରକଳ୍ପରେ ଜମି ଅଧିଗ୍ରହଣ କରି ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜମି ହସ୍ତାନ୍ତରଣ କରିବା ଉପରେ ଗୁରୁତ୍ୱରୋପ କରିଥିଲେ।

ଜିଲାର ତହସିଲ ଓ ନିବନ୍ଧନ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାଣରଙ୍କୁ ସମ୍ମାନର ସହିତ ସେମାନଙ୍କର ଅଭିଯୋଗ ଗ୍ରହଣ ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ କାର୍ଯ୍ୟାଳୟରେ ସ୍ୱଚ୍ଛତା ଆଣିବାକୁ କହିଥିଲେ। ରାଇଘର ଓ ନବରଙ୍ଗପୁର ତହସିଲଦାରଙ୍କୁ ଆସନ୍ତା ସାତଦିନ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସଂପୂର୍ଣ୍ର କରି ଜନସାଧାରଙ୍କୁ ଠିକ ସମୟରେ ପଟ୍ଟାଦେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ସେହପରି ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ସମସ୍ତ ବେବନ୍ଦୋବସ୍ତ ମାମଲାର ଫଇସଲା କରିବାକୁ ନବରଙ୍ଗପୁର ଓ ନନ୍ଦାହାଣ୍ଡି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ୧୨୦ଟି ଲଘୁ ଖଣିଜ ଉତ୍ସରୁ ମାତ୍ର ୫୨ଟି ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି।ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡାବୁଗାଁ, ଉମରକୋଟ, ଓ।ପାପଡ଼ାହାଣ୍ଡି ତହସିଦାରଙ୍କୁ ସେମାନଙ୍କର ତହସିଲରେ ଥିବାଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କହିଥିଲେ ଓ ସମସ୍ତ ତହସିଲରେ ଖରିଜ ରାଜସ୍ୱ ଆଦାୟକରିବାକୁ ଗୁରୁତ୍ୱ ଦେଇଥିଲେ। ଜିଲାପାଳ ଓ ଅତିରିକ୍ତ ଜିଲାପାଳ ତହସିଲଦାରମାନଙ୍କୁ ଲଘୁ ଖରିଜ ଚୋରା କାରବାର ଚଢାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେବା ସହିତ ତହସିଲଦାରମାନେ ପୁଲିସ ସହ ସମନ୍ୱୟ ରଖି ଚୋରା ଚାଲାଣ ରୋକିବାକୁ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇ କହିଥିଲେ।

- Advertisement -

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମେ ୩୧ ସୁଦ୍ଧା ଘରବାଡି ଜାଗା ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ୫ଟି ଉଚ୍ଚବିଦ୍ୟାଳୟରେ ମେ୧୫ ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ରାଜସ୍ୱ ନରୀକ୍ଷକ କାର୍ଯ୍ୟାଳୟ ଓ ବାସ ଭବନ ନିର୍ମାଣ ପାଇର୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ନିଦ୍ଦେର୍ଶଦେଇ ଜିଲପାଳ ଓ ଅତିରିକ୍ତ ଜିଲାପାଳ ନିୟମିତ ଭାବରେ ସମୀକ୍ଷାବୈଠକ କରିବା ସହିତ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ର ପ୍ରାଥମିକତା ଉପରେ ଗୁରୁତ୍ୱରୋପ କରି ବିଭିନ୍ନକାର୍ଯ୍ୟକୁ ତ୍ୱରାନ୍ୱୀତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories