www.samajalive.in
Sunday, December 14, 2025
17.1 C
Bhubaneswar

କୋହଲିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଗୁଜରାଟର ୮ମ ବିଜୟ

ମୁମ୍ବଇ: ଚଳିତ ଆଇପିଏଲ୍‌ରେ ୧୦ମ ଏବଂ ମୋଟ ଉପରେ ୧୪ଟି ଆଇପିଏଲ୍‌ ମ୍ୟାଚ୍‌ ପ‌େ​‌ର ବିରାଟ କୋହଲି ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଛନ୍ତି। ଏହାସତ୍ତ୍ବେ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କ୍ରମାଗତ ୩ୟ ପରାଜୟ ଭୋଗିଛି। ଶନିବାର ଅପରାହ୍‌ଣ ମ୍ୟାଚ୍‌ରେ ଆର୍‌ସିବିକୁ ୬ ୱିକେଟରେ ଗୁଜରାଟ ଟାଇଟାନ୍‌ସ ପରାସ୍ତ କରିଛି। କୋହଲି ଓ ରଜତ ପାଟିଦାରଙ୍କ ଅର୍ଦ୍ଧଶତକ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୬ ୱିକେଟରେ ୧୭୦ ରନ୍‌ କରିଥିଲା। ପରେ ରାହୁଲ ତିୱତିଆ ଓ ଡେଭିଡ୍‌ ମିଲରଙ୍କ ଲଢ଼ୁଆ ଅପରାଜିତ ଇନିଂସ ବଳରେ ୩ଟି ବଲ୍ ବାକିଥାଇ ୪ ୱିକେଟ ହରାଇ ଗୁଜରାଟ ଜିତିଥିଲା। ୯ମ ମ୍ୟାଚ୍‌ରେ ୮ମ ବିଜୟ ପରେ ଟେବୁଲ ଶୀର୍ଷରେ ପହଞ୍ଚିବା ସହ ଗୁଜରାଟ ପ୍ଲେଅଫ୍‌ର ନିକଟତର ହୋଇଛି। ଅନ୍ୟପକ୍ଷରେ ଆର୍‌ସିବି ୧୦ମ ମ୍ୟାଚ୍‌ରେ ୫ମ ପରାଜୟ ପରେ ୧୦ ପଏଣ୍ଟରେ ରହିଛି।

ଚମତ୍କାର ଢଙ୍ଗରେ ଗୁଜରାଟ ଟାଇଟାନ୍‌ସ ୧୭୦ ରନ୍‌ର ପିଛା ଆରମ୍ଭ କରିଥିଲା। ଦୁଇ ଓପ୍‌ନର ଋଦ୍ଧିମାନ ଶାହା ଓ ଶୁବ୍‌ମାନ ଗିଲ୍‌ ୮ମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୫୧ ରନ୍‌ ଯୋଡ଼ିଥିଲେ। ହେଲେ ପରବର୍ତ୍ତୀ ୪୪ ରନ୍‌ରେ ୪ଟି ୱିକେଟ ନେଇ ଆର୍‌ସିବି ମ୍ୟାଚ୍‌କୁ ଫେରିଥିଲା। ଋଦ୍ଧିମାନ ଶାହା ୨୨ ବଲ୍‌ରୁ ୪ଟି ଚୌକା ସହ ୨୯ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଶୁବ୍‌ମାନ ଗିଲ୍‌ ୨୮ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମାତ୍ର ୩ ରନ୍‌ କରି ପାରିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ସାଇ ସୁଦର୍ଶନ ୧୪ ବଲ୍‌ରୁ ୨ଟି ଚୌକା ସହ ୨୦ ରନ୍‌ କରିଥିଲେ। ପରେ ଗୁଜରାଟର ଦୁଇ ବାମହାତି ଡେଭିଡ୍‌ ମିଲର ଓ ରାହୁଲ ତିୱତିଆ ପ୍ରତ୍ୟାକ୍ରମଣ କରିଥିଲେ ଏବଂ ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ଦୁହେଁ ଅବିଭାଜିତ ୫ମ ୱିକେଟ ପାଇଁ ୪୪ ବଲ୍‌ରୁ ୭୯ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। ମିଲର ୨୪ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୯ ଏବଂ ତିୱତିଆ ୨୫ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୩ ରନ୍‌କରି ଅପରାଜିତ ଥିଲେ। ତିୱତିଆ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଦୁଇ ସ୍ପିନର ୱାନିନ୍ଦୁ ହସରଙ୍ଗା ଓ ଶାହ୍‌ବାଜ ଅହମ୍ମଦ ୨ଟି ଲେଖାଏଁ ୱିକେଟ ନେଇଥିଲେ।

- Advertisement -

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ବ୍ୟାଟିଂ ନେଇଥିଲା। ଅଧିନାୟକ ଫାଫ୍ ଡୁ ପ୍ଲେସି ଖାତା ଖୋଲି ପାରିନଥିଲେ। ୨ୟ ୱିକେଟ ପାଇଁ ବିରାଟ କୋହଲି ଓ ରଜତ ପାଟିଦାର ଚମତ୍କାର ବ୍ୟାଟିଂକରି ୧୨.୨ ଓଭରରେ ୯୯ ରନ୍‌ ଯୋଗ କରିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ପାଟିଦାର ୩୨ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୨ ରନ୍‌ କରିଥିଲେ। ୧୭ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ବିରାଟ କୋହଲି ଚଳିତ ସଂସ୍କରଣରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ସହ ୫୩ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୮ ରନ୍‌କରି ଆଉଟ ହୋଇଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ ତାଙ୍କ ସ୍ବଭାବ ଅନୁସାରେ ବିସ୍ଫୋରକ ବ୍ୟାଟିଂକରି ୧୮ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୩ ରନ୍‌ କରିଥିଲେ। ମହିପାଳ ଲୋମରୋର ୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌ କରିଥିଲେ। ପ୍ରଦୀପ ସାଙ୍ଗୱାନ ୨ଟି ୱିକେଟ ନେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories