www.samajalive.in
Sunday, December 7, 2025
26.1 C
Bhubaneswar

କାଶ୍ମୀରରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ଧମକ : ସୁରକ୍ଷା ବାହିନୀ ସଜାଗ

-ଆତଙ୍କବାଦୀଙ୍କ ସହିତ ସଂଘର୍ଷ ପାଇଁ କାଶ୍ମୀରରେ ସୁରକ୍ଷା ବାହିନୀ ମୁତୟନ

-ଆତଙ୍କବାଦୀ ଗୋଷ୍ଠୀ ଜୖସେ-ଇ-ମହମ୍ମଦ ସ୍ଥାନୀୟ କାଶ୍ମୀର ଯୁବକଙ୍କୁ ନେଇ ବୋମା ବିସ୍ଫୋରଣ କରିବାର ଯୋଜନା

- Advertisement -

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୖସେ-ଇ-ମହମ୍ମଦ କାଶ୍ମୀରରେ ବୋମା ବିସ୍ଫୋରଣ ମାଧ୍ୟମରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ଦେବା ପରେ କାଶ୍ମୀର ଉପତ୍ୟକାରେ ସିଆପିଏଫ ଏବଂ ସେନାକୁ ହାଇ ଆଲର୍ଟ କରି ଦିଆଯାଇଛି ।

ସୋମବାର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ଉପରେ ପାକ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୖସେ-ଇ-ମହମ୍ମଦ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । କାର ବୋମା କିମ୍ବା ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ମାଧ୍ୟମରେ ଏହି ଆକ୍ରମଣର ଯୋଜନା କରାଯାଇଛି । ତେଣୁ ସେନାକୁ ସଜାଗ କରି ଦିଆଯାଇଛି।

ଚଳିତ ସପ୍ତାହରେ ଏକ ଏନକାଉଣ୍ଟରରେ ଆତଙ୍କୀ ଗୋଷ୍ଠୀ ହିଜବୁଲ ମୁଜାହିଦ୍ଦିନର କାଶ୍ମରୀ ମୁଖ୍ୟ ରିୟାଜ ନୟକର ମୃତ୍ୟୁ ହେବା ପରେ ଏହାର ନୂଆ ମୁଖ୍ୟ ଗାଜି ହାଇଦର ଓରଫ ସୈଫୁଲ୍ଲା ଏଭଳି ଧମକ ଦେଇଛି । କାଶ୍ମୀରର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ,ନୂଆ ହିଜବୁଲ ନେତାଙ୍କୁ ଚିହ୍ନଟ କରିବାକୁ ଶୀଘ୍ର ଅପରେସନ ଆରମ୍ଭ ହେବ । ହାଇଦରକୁ ଜଣେ ଉପମୁଖ୍ୟ ଜାଫର ଉଲ ଇସଲାମ ଓ ଜଣେ ସାମରିକ ଉପଦେଷ୍ଟା ଆବୁ ତାରିକ ଭାଇ ସହଯୋଗ କରୁଛନ୍ତି ।

ବର୍ତ୍ତମାନ ପାଇଁ, ସୁରକ୍ଷା ବାହିନୀ ତୁରନ୍ତ ଓ ଅଗ୍ରାଧିକାର ଭିତ୍ତିରେ ଆତଙ୍କବାଦୀ ସଂଗଠନ ଜୖସେ-ଇ-ମହମ୍ମଦର ଯୋଜନାକୁ ପଣ୍ଡ କରିବାକୁ ଅଭିଯାନ ଆରମ୍ଭ କରିଛି ।  ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ସୋମବାର ଏହି ସମ୍ଭାବ୍ୟ ଆକ୍ରମଣ ଯୋଜନା କରାଯାଇଛି କାରଣ ଗୁଇନ୍ଦା ସୂତ୍ର ଅନୁସାରେ ଗତ  ସପ୍ତାହରେ ଜୖସେ-ଇ-ମହମ୍ମଦର ମୁଖ୍ୟ ଅବଦୁଲ ରଉଫ ଅଜଗର, ପାକିସ୍ତାନୀ ସେନା ତଥା ଆଇଏସଆଇ ମୁଖ୍ୟଙ୍କୁ ସାକ୍ଷାତ କରିଛି।

ସୁରକ୍ଷା ପଦାଧିକାରୀମାନେ କହିଛନ୍ତି ୧୧ ମେ’ ହେଉଛି ରମଜାନର ୧୭ ଦିନ । ସାଉଦି ଆରବରେ ରମଜାନର ୧୭ ଦିନରେ ବଦର ଯୁଦ୍ଧ ଅନୁଷ୍ଠିତ ହୋଇଥିଲା,ଏବଂ ମାତ୍ର ଶହେ ହେବ ସୈନିକ ଏହି ଯୁଦ୍ଧ ଜିତିଥିଲେ । ତେଣୁ ଇସଲାମିକ୍ ଇତିହାସରେ ଏହାକୁ ବିଜୟ ଦିବସ ଭାବେ ପାଳନ କରାଯାଏ।ପୁଣି ୧୧ ମେ’ ହେଉଛି ୧୯୯୮ରେ ଭାରତର ଦ୍ୱିତୀୟ  ପୋଖରାନ୍ ଆଣବିକ ପରୀକ୍ଷଣର ୨୨ ତମ ବାର୍ଷିକୀ । ତେଣୁ ଏହି ଦିନ ଆତଙ୍କବାଦୀ ଆକ୍ରମଣ କରିବାକୁ ଆତଙ୍କୀ ସଂଗଠନ ଯୋଜନା କରିଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories