www.samajalive.in
Monday, December 15, 2025
24.1 C
Bhubaneswar

ବିଦ୍ୟାଳୟରେ ବାଜୁନି ଘଣ୍ଟି, ଶୁଭୁନି ପ୍ରାର୍ଥନା

ରାୟଗଡ଼ା : ଓଡ଼ିଆ ଭାଷା ଓ ଶିକ୍ଷାକୁ ସରକାର ଗୁରୁତ୍ବ ଦେଉଥିବାବେଳେ ରାୟଗଡ଼ା ଜିଲା ଶିକ୍ଷା ବିଭାଗର ଚରମ ଅବହେଳାର ଶିକାର ହେଉଛନ୍ତି ସୀମାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହେଉଥିବା ଶିକ୍ଷା ଓ ସଂସ୍କୃତି ଏବେ ସୀମାନ୍ତ ବିଦ୍ୟାଳୟରେ ଲୋପ ପାଇବାକୁ ବସିଲାଣି। ବିଦ୍ୟାଳୟ ଶିକ୍ଷା ଆରମ୍ଭରେ ପ୍ରତି ବିଦ୍ୟାଳୟ ସମୟ ନିର୍ଘଣ୍ଟ ଓ ପ୍ରାର୍ଥନାକୁ ଗୁରୁତ୍ବ ଦିଆଯାଉଥିଲାବେଳେ ରାୟଗଡ଼ା ଜିଲା ସୀମାନ୍ତ ବିଦ୍ୟାଳୟରେ ଆଉ ପ୍ରାର୍ଥନା କିମ୍ବା ଘଣ୍ଟି ଶବ୍ଦ ଶୁଣିବାକୁ ମିଳୁନାହିଁ। ଫଳରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଜ ଇଚ୍ଛାରେ ବିଦ୍ୟାଳୟରେ ଶିକ୍ଷାଦାନ ଚାଲୁଥିଲାବେଳେ ଉପରିସ୍ଥ ଅଧିକାରୀଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ, ଛାତ୍ରଛାତ୍ରୀଙ୍କ ଚାରିତ୍ରିକ ଶିକ୍ଷା ଲୋପ ପାଇବାକୁ ବସିଛି। ପୂର୍ବରୁ ସୀମାନ୍ତରେ ଅନେକ ବିଦ୍ୟାଳୟ ବନ୍ଦ ହୋଇ ଓଡ଼ିଆ ଭାଷା ତଥା ଶିକ୍ଷା ଏକ ପ୍ରକାର ଲୋପ ପାଇଥିଲାବେଳେ ଏବେ ଯେଉଁ କେତୋଟି ବିଦ୍ୟାଳୟ ଅଛି ସେଥିରେ ପ୍ରାର୍ଥନା ହେଉନାହିଁ କିମ୍ବା ବିଦ୍ୟାଳୟର ନିର୍ଘଣ୍ଟ ଠିକ୍ ସମୟରେ ପାଳନ ହେଉନାହିଁ ା ପୂର୍ବରୁ ସୀମାନ୍ତ ସାନ ଲୁକୁଟି, ବଡ଼ଲୁକୁଟି, ସାନରାଇ ସିଂଚିନାପେଡାମ, କନ୍ଧଝିମିଡ଼ିରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିଲାବେଳେ ଏବେ ଯେଉଁ କେତୋଟି ବିଦ୍ୟାଳୟ କନ୍ଦିଲି, ରଚାପାଇ, ଝଡିପାଣି ସାହି, ମିଟି କେରେଡ଼ା, ଓ ହସାର୍ମାଇରେ ରହିଛି ସେଠାରେ ଘଣ୍ଟା ବାଜୁନାହିଁ କିମ୍ବା ଛାତ୍ରଛାତ୍ରୀଙ୍କୁ ପ୍ରାର୍ଥନା ବୋଲିବାକୁ କୁହାଯାଉନାହିଁ। ସୀମାନ୍ତ ବିଦ୍ୟାଳୟରେ ପାଠପଢା ନାମକୁ ମାତ୍ର ହେଉଥିଲାବେଳେ ତେଲୁଗୁ ଭାଷାର ପ୍ରବଳ ବ୍ୟବହାର ଓଡ଼ିଆ ଭାଷାକୁ ପଛରେ ପକାଇ ଦେଇଛି। ଏହାର ସୁଯୋଗ ନେଇ ପଡ଼ୋଶୀ ସାମାଜିକ ସମ୍ପର୍କ ଆଳରେ ସୀମାନ୍ତ ଛାତ୍ରଛାତ୍ରୀଙ୍କୁ ତେଲୁଗୁ ଭାଷାରେ ଶିକ୍ଷା ଦେଉଛି। ସୀମାନ୍ତରେ ଓଡ଼ିଆ ବିଦ୍ୟାଳୟରେ ତେଲଗୁ ଭାଷାରେ ଶିକ୍ଷକ ନିଯୁକ୍ତି ଥିଲାବେଳେ ପଡୋଶୀ ଆନ୍ଧ୍ରରେ ଓଡ଼ିଆ ଭାଷା ପାଇଁ ଓଡ଼ିଆ ଶିକ୍ଷକ ନିଯୁକ୍ତି ନାହିଁ। ପୂର୍ବର ଦୁଇ ରାଜ୍ୟ ସୀମାନ୍ତ ଗ୍ରାମଗୁଡ଼ିକରେ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ଉଭୟ ଭାଷା ଓ ସଂସ୍କୃତିକୁ ସମ୍ମାନ ଦେବା ପାଇଁ ପଦକ୍ଷେପ ନେବାକୁ ସଚିବସ୍ତରୀୟ ଚୁକ୍ତି ହୋଇଥିଲାବେଳେ ପଡୋଶୀ ନିଜ ଚୁକ୍ତିରୁ ଓହରିଯିବା ନିହାତି ଚିନ୍ତାର ବିଷୟ। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି, ଘଣ୍ଟା ନ ବାଜିବା କିମ୍ବା ପ୍ରାର୍ଥନା ନ ବୋଲିବା ନିହାତି ଦୁଃଖର ବିଷୟ। ଯେଉଁସବୁ ବିଦ୍ୟାଳୟ ସରକାରୀ ନିୟମ ଅବମାନନା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories