www.samajalive.in
Tuesday, December 9, 2025
15.1 C
Bhubaneswar

୧୬ ବର୍ଷ ବୟସରେ ବିଦ୍ୟାଳୟ ଛାଡିଥିବା ବ୍ୟକ୍ତି ଏବେ ଅରବପତି

ଲଣ୍ଡନ: ଦଶମ ଶ୍ରେଣୀରେ ବିଦ୍ୟାଳୟ ପାଠପଢା ଛାଡିଦେଲେ । ପରେ ଜୀବନ ନିର୍ବାହ ପାଇଁ ଜଣେ ଡ୍ରାଇଭର ଭାବରେ କାମ କଲେ । ଏବେ ସେ ବି୍ରଟେନର ଦଶମ ସର୍ବାଧିକ ଧନୀ ବ୍ୟକ୍ତି ଭାବରେ ପରିଚିତ ହେଉଛନ୍ତି । ଏହି ବ୍ୟକ୍ତି ଜଣକ ହେଛନ୍ତି ଷ୍ଟିଭ ପାର୍କିନ । ୟର୍କସାୟାର ବାସିନ୍ଦା ଷ୍ଟିଭ ଦଶମ ଶ୍ରେଣୀରେ ପଢୁଥିବାବେଳେ ୧୯୯୨ରେ ଅଧାରୁ ପାଠପଢା ଛାଡିଦେଇଥିଲେ । ଏହାପରେ ରୋଜଗାର କରିବାକୁ ସେ ହଡରସଫିଲ୍ଡର ବୋନମାର୍କେ କପଡା କମ୍ପାନୀରେ ଡ୍ରାଇଭର ଭାବରେ ଯୋଗଦେଲେ । ସଂପ୍ରତି ସେ ଏକ ଅନ୍‌ଲାଇନ ଲଜିଷ୍ଟିକ୍ସ କମ୍ପାନୀ ‘କ୍ଲିପର’ର ମାଲିକ ଏବଂ ଗତବର୍ଷ ତାଙ୍କ ସମ୍ପତ୍ତି ୪୫ ନିୟୁତ ପାଉଣ୍ଡ ବା ୪୫୦ କୋଟି ଟଙ୍କା ବୃଦ୍ଧିପାଇଛି । ତାହାସହିତ ବିଜନେସ ଇନସାଇଡର ପତ୍ରିକା ରିପୋର୍ଟ ଅନୁଯାୟୀ ସେ ବ୍ରିଟେନର ସବଠାରୁ ଧନୀ ଲୋକଙ୍କ ତାଲିକାରେ ଦଶମ ସ୍ଥାନରେ ରହିଛନ୍ତି । କୋଭିଡ ମହାମାରୀ ସାରା ବିଶ୍ୱର ବ୍ୟବସାୟକୁ ପ୍ରଭାବିତ କରିଥିବାବେଳେ ଷ୍ଟିଭ କିନ୍ତୁ ତାଙ୍କ ବ୍ୟବସାୟକୁ ଆଗେଇ ନେଇଥିଲେ । ତାଙ୍କ କମ୍ପାନୀରେ ମୋଟ ୧୦ ହଜାର ଲୋକ କାମ କରୁଛନ୍ତି । କେବଳ ଗତବର୍ଷ ୨ହଜାର ନୂଆ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ତାଙ୍କର ଘୋଡା ଚଢାରେ ବିଶେଷ ସଉକ ରହିଛି । ସେଥିପାଇଁ ସେ ନିଜର ଅନେକ ଘୋଡା ରଖିଛନ୍ତି । ୨୦୨୦ରେ ତାଙ୍କ ଘୋଡ ଇଗଲ୍ସ ବାଇ ଡେ ଜନ ସ୍ମିଥ କପ୍‌ ବିଜୟୀ ହୋଇଥିଲା । ଫୁଟବଲ ଖେଳ ମଧ୍ୟ ତାଙ୍କର ଅତ୍ୟନ୍ତ ପ୍ରିୟ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories