www.samajalive.in
Monday, December 15, 2025
27.1 C
Bhubaneswar

ପୁଲିସ, ଗଣମାଧ୍ୟମକୁ ସୁପ୍ରିମକୋର୍ଟଙ୍କ ତାଗିଦା : ଟିଭି ବିତର୍କରେ ଅପରାଧର ପ୍ରମାଣ ପ୍ରକାଶ କର ନାହିଁ

ନୂଆଦିଲ୍ଲୀ : ଦେଶରେ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ଉପରେ ଟେଲିଭିଜନ୍ ଚାନେଲଗୁଡିକ ଅନେକ ବିତର୍କ ଆୟୋଜନ କରୁଛନ୍ତି। ତଦନ୍ତ ପ୍ରକ୍ରିୟା ଶେଷ ପୂର୍ବରୁ ଟେଲିଭିଜନ ବିତର୍କରେ ସାମିଲ ତଦନ୍ତକାରୀ ଅଧିକାରୀ, ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ଅପରାଧ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରୁଛନ୍ତି। ଏହାଦ୍ବାରା ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଟିଭି ବିତର୍କରେ ଏପରି ତଥ୍ୟ ପ୍ରମାଣ ଉପସ୍ଥାପନ କରାଯିବା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଟିଭି ବିତର୍କରେ ତଦନ୍ତକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଅପରାଧ ସମ୍ପର୍କିତ କୌଣସି ତଥ୍ୟ ପ୍ରମାଣ ଉପସ୍ଥାପନ କରିପାରିବେ ନାହିଁ। ଏପରି କାର୍ଯ୍ୟକୁ କର୍ତ୍ତବ୍ୟରେ ଅବହେଳା ବା ତ୍ରୁଟି ବୋଲି ବିବେଚନା କରାଯିବ। ଏପରିକି ଏହାକୁ ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ବୋଲି ବିବେଚନା କରାଯିବ। ୧୯୯୯ ମସିହାର ବେଙ୍ଗାଲୁରରେ ଏକ ଡକାୟତି ମାମଲାର ରାୟ ପ୍ରକାଶ କରିବା ସମୟରେ ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ୟୁୟୁ ଲଲିତ ଓ ପିଏସ୍‌ ନରସିଂହଙ୍କ ପୀଠ ଏପରି ପର୍ଯ୍ୟବେକ୍ଷଣ କରିଛନ୍ତି। ଡକାୟତି ସମ୍ପର୍କିତ ତଥ୍ୟ ଓ ପ୍ରମାଣରେ ଅମେଳ ଯୋଗୁଁ ଅଦାଲତ ୪ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ବିଚାର ବିଭାଗୀୟ ଅଦାଲତ ୪ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। କର୍ଣ୍ଣାଟକ ହାଇକୋର୍ଟ ଏହି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡକୁ କୋହଳ କରିଥିଲେ। ଏବେ ସୁପ୍ରିମକୋର୍ଟ ଦୋଷୀମାନଙ୍କୁ ସମ୍ପୂର୍ଣ୍ଣ ମୁକ୍ତ କରିଦେଇଛନ୍ତି। ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଜାଣିବାକୁ ପାଇଥିଲେ ଯେ ପୁଲିସ ଦୋଷୀଙ୍କର ଯେଉଁ ବୟାନ ରେକର୍ଡ କରିଥିଲା ତାହା ଏକ ଘରୋଇ ଟେଲିଭିଜନ୍ ଚାନେଲରେ ପ୍ରସାରିତ ହୋଇଥିଲା। ଦୋଷୀଙ୍କ ବୟାନ ରେକର୍ଡ ସମ୍ପର୍କିତ ଡିଭିଡ ଟେଲିଭିଜନ୍ ଚାନେଲର ହସ୍ତଗତ ହୋଇଥିଲା।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories