www.samajalive.in
Friday, December 12, 2025
23.1 C
Bhubaneswar

ଦେଶାନ୍ତରୀମାନେ ‘ଶରଣାର୍ଥୀ’ କି ନୁହେଁ ବିଚାର କରିବେ ସୁପ୍ରିମକୋର୍ଟ

ନୂୂଆଦିଲ୍ଲୀ : ଦେଶରେ ଥିବା ବେଆଇନ ଦେଶାନ୍ତରୀଙ୍କୁ ଶରଣାର୍ଥୀ ଆଖ୍ୟା ଦିଆଯାଇପାରିବ କି ନାହିଁ ସେ ସମ୍ପର୍କିତ ଏକ ପ୍ରଶ୍ନକୁ ଯଥାର୍ଥ ଦର୍ଶାଇ ଏହା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ଦେଶାନ୍ତରୀମାନେ ଶରଣାର୍ଥୀ କି ନୁହେଁ ତାହା ପ୍ରଥମେ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସଲିସିଟର ଜେନେରାଲ ତୁଷା ମେହେତାଙ୍କ ଆବେଦନକୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଅଧ୍ୟକ୍ଷ ଥିବା ପୀଠ ଗ୍ରହଣ କରିଛନ୍ତି।

ଭାରତରେ ଥିବା ପ୍ରାୟ ୪୦ହଜାର ରୋହିଙ୍ଗ୍ୟାଙ୍କୁ ମ୍ୟାଁମାର ପଠାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦୁଇ ଜଣ ରୋହିଙ୍ଗ୍ୟା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣିବେଳେ ମେହେତା ଯୁକ୍ତି ବାଢ଼ିଥିଲେ ଯେ ଆବେଦନକାରୀ ନିଜକୁ ଶରଣାର୍ଥୀ ଦର୍ଶାଇ ଆନ୍ତର୍ଜାତିକ ଆଇନ ଆଳରେ ନିଜ ଦେଶକୁ ଫେରିବାକୁ ରାଜି ହେଉ ନାହାନ୍ତି ଏବଂ ସରକାରଙ୍କ ନିର୍ଦେଶ ଉପରେ ରହିତାଦେଶ ପାଇଁ ଆବେଦନ କରିଛନ୍ତି। ଭାରତ ସରକାର ସେମାନଙ୍କୁ ବିଦା କରିବା ଦ୍ବାରା ମାନବିକ ଅଧିକାର ସମ୍ପର୍କିତ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମେ ଉପରୋକ୍ତ ପ୍ରସଙ୍ଗ ସ୍ପଷ୍ଟ ହେଉ, ପରେ ସେମାନଙ୍କୁ ମ୍ୟାଁମାର ପଠାଯିବ। ପୀଠ ଏହାକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହ ଦେଶାନ୍ତରୀଙ୍କୁ ଶରଣାର୍ଥୀ ଆଖ୍ୟା ଦିଆଯାଇପାରିବ କି ନାହିଁ ତାହା ଉପରେ ତର୍ଜମା କରିବେ ବୋଲି କହିଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ଜଷ୍ଟିସ ଗୋଗଇ ଦିନ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁ, ହରିୟାଣା, ହାଇଦରାବାଦ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀରେ ରୋହିଙ୍ଗ୍ୟାମାନେ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ବିଦା କରାଯିବା ପ୍ରସଙ୍ଗରେ ଜାତୀୟ ମାନବାଧିକାର ଆୟୋଗ ମଦ୍ୟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories