ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ମାମଲା – ଜରୁରୀ ଭିତ୍ତିରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ଡେସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତାଙ୍କୁ ଗିରଫ କରାଯିବା ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆବେଦନର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।
ବିରୋଧୀ ଦଳ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛନ୍ତି ସରକାର – କଂଗ୍ରେସ
ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ସୁପ୍ରିମକୋର୍ଟରେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏହା ଏକ ଜରୁରୀ ପ୍ରସଙ୍ଗ। ଏହି ଗିରଫଦାରୀ ଏକ ଅସତ୍ୟ ଦସ୍ତାବିଜ ଉପରେ ଆଧାରିତ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ଏହି ମାମଲା ଉପସ୍ଥାପନ କରାଯାଇଥିଲା। ଏହାର ଜବାବରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଜରୁରୀ କାଳୀନ ଭିତ୍ତିରେ ଆବେଦନର ଶୁଣାଣି କରିବାକୁ ମନା କରିଦେଇଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି ମୁଖ୍ୟମନ୍ତ୍ରୀଙ୍କ ଓକିଲଙ୍କୁ ଏକ ଇମେଲ୍ ପଠାଇବାକୁ ପରାମର୍ଶ ଦେଇଥିଲେ ଏବଂ ତା ପରେ ଅଦାଲତ ଏହି ମାମଲାର ଅନୁଧ୍ୟାନ କରିବେ ବୋଲି କହିଥିଲେ।
ହାଇକୋର୍ଟ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
Comments are closed.