ଡେସ୍କ: ବିରୋଧୀ ଦଳ ନେତାଙ୍କ ବିରୋଧରେ ସରକାର ଇଡି, ସିବିଆଇ ଓ ଆୟକର ସମେତ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଳର ମୁଖପାତ୍ର ଅଭିଷେକ ମନୁ ସିଂଘଭି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜନେତାଙ୍କ ବିରୋଧରେ ଥିବା ମାମଲାରେ ମୁଖ୍ୟତଃ ବିରୋଧୀ ନେତାଙ୍କ ନାମ ରହିଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେଉଁ ରାଜନେତାମାନେ ବିଜେପିରେ ଯୋଗ ଦେଇଥିଲେ ଏବଂ ସରକାରୀ ସାକ୍ଷୀ ହୋଇଥିଲେ ସେମାନଙ୍କ ବିରୋଧରେ ମାମଲା ବନ୍ଦ ହୋଇଯାଇଥିଲା କିମ୍ବା କାର୍ପେଟ ତଳେ ଚାପି ଦିଆଯାଇଥିଲା। ଶ୍ରୀ ସିଂଘଭି କହିଛନ୍ତି, ଏହା ନିତିଦିନିଆ ହୋଇଗଲାଣି ଏବଂ ଲୋକମାନେ ଏବେ ଏହାକୁ ଭଲ ଭାବରେ ବୁଝିଛନ୍ତି।
ହାଇକୋର୍ଟ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ



