ହାଇକୋର୍ଟ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଡେସ୍କ: ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନରେ ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ୱସ୍ତି ନ ମିଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ – ୨୫୨ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା
ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ କେଜ୍ରିୱାଲଙ୍କ ଗିରଫଦାରୀ ଆଇନର ଉଲ୍ଲଂଘନ ନୁହେଁ ଏବଂ ରିମାଣ୍ଡକୁ ବେଆଇନ ବୋଲି କୁହାଯାଇପାରିବ ନାହିଁ। ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପାଖରେ କେଜ୍ରିୱାଲଙ୍କ ଗିରଫଦାରୀକୁ ଯଥାର୍ଥ ଦର୍ଶାଇବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ତଦନ୍ତରେ ସହଯୋଗ କରିବାରେ କେଜ୍ରିୱାଲଙ୍କ ବିଫଳତା ଏବଂ ତାଙ୍କ ଦ୍ୱାରା ହେଉଥିବା ବିଳମ୍ବ ମଧ୍ୟ ନ୍ୟାୟିକ ହେପାଜତରେ ଥିବା ବ୍ୟକ୍ତିବିଶେଷଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା।
ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
Comments are closed.