www.samajalive.in
Sunday, December 14, 2025
26.1 C
Bhubaneswar

ଦାଦା ବଟି ଆଦାୟକୁ ନେଇ ଗୁଳିକାଣ୍ଡ, ଜଣେ ଗୁରୁତର

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନ ମହିଧରପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଦାଦାବଟି ଆଦାୟକୁ ନେଇ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ମହିଧରପୁର ଗ୍ରାମର ଏକ ଚାଷଜମିରୁ ଜେସିବି ସାହାଯ୍ୟରେ ମାଟି ଖୋଳି ଟ୍ରାକ୍ଟରରେ ନେଇ ମୁଖ୍ୟ ରାସ୍ତାକଡରେ ଏକ ଘରଡିହ ପ୍ଲଟରେ ପକାଯାଉଥିଲା । ଉକ୍ତ ଗ୍ରାମର ବୀରବର ପଲେଇଙ୍କ ପୁଅ ବିଶ୍ଵଜିତ ପଲେଇ ଓରଫ କୁଲୁ ଏହି ମାଟି ଖୋଳା ଓ ଅନ୍ୟତ୍ର ପକାଇବା କାମ କରୁଥିଲେ । କୁଲୁ ନିଜ ମାମୁଁଙ୍କ ଟ୍ରାକ୍ଟର ଚଳାଇ ମାଟି ନିଜେ ମାଟି ପକାଉଥିଲେ । ସନ୍ଧ୍ୟା ପ୍ରାୟ ୫.୩୦ ରେ ସେହି ମହିଧରପୁର ଗ୍ରାମର ମେଘନାଦ ପଲେଇଙ୍କ ପୁଅ ତଥା ପୂର୍ବରୁ ବହୁ ଅପରାଧରେ ଜଡିତ ଦିଲ୍ଲୀପ ପଲାଇ ଓରଫ ଦିଲୁ ଏକ ମାରୁତି ସ୍ୱିପ୍ଟ କାରରେ ଅନ୍ୟ ୩-୪ ଜଣଙ୍କ ଆସି କୁଲୁ ଓରଫ ବିଶ୍ଵଜିତକୁ ୫୦ ହଜାର ଟଙ୍କା ବଟି ମାଗିଥିଲେ । କୁଲୁ ଟଙ୍କା ଦେବାକୁ ମନା କରିବାରୁ ଦିଲୁ ହଠାତ ଏକ ପିସ୍ତଲ ବାହାର କରି ଟ୍ରାକ୍ଟର ଉପରେ ବସିଥିବା କୁଲୁ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା ।

ଗୁଳିଟି କୁଲୁଙ୍କ ପେଟର ଡାହାଣ ପାର୍ଶ୍ବରେ ପଶିଯିବାରୁ ସେ ସେଠାରେ ପଡିଯାଇଥିଲେ । ଗୁଳିକାଣ୍ଡ ଘଟାଇ ଦିଲୁ ଅନ୍ୟମାନଙ୍କ ସହ ସେଠାରୁ ଆଣିଥିବା କାରରେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ କୁଲୁଙ୍କୁ ପରିବାର ଲୋକ ତୁରନ୍ତ ଆଠଗଡ ଡାକ୍ତରଖାନା ଆଣିଥିଲେ । ଗୁଳିଟି ପେଟ ଭିତରେ ରହିଯାଇଥିବାରୁ ଗୁରୁତର ଥିବା କୁଲୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉପଯୁକ୍ତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁଳି ମାରିଥିବା ଦିଲ୍ଲୀପ ପୂର୍ବରୁ ବହୁ ସଙ୍ଗୀନ ଅପରାଧରେ ଜଡିତ ଥିବା ଅଭିଯୋଗ ହେଉଛି । ଘଟଣା ସମ୍ପର୍କରେ ଆହତ କୁଲୁଙ୍କ ସାନଭାଇ ଅଭିଜିତ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଛି ଏବଂ ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories